ରାଜ୍ୟ ଗ୍ରନ୍ଥାଗାରରେ ସମ୍ବଲପୁରୀ ଦିବସ ପାଳିତ ହୋଇଯାଇଛି

ଭୁବନେଶ୍ଵର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ସମ୍ବଲପୁରୀ ଭାଷାର ଭାଷାବିତ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମ ଦିବସ ଉପଲକ୍ଷେ ‘ସମ୍ବଲପୁରୀ ଦିବସ’ ପାଳିତ ହୋଇଯାଇଛି । ଏହି ଅବସରରେ ଗ୍ରନ୍ଥାଗାରର ସ୍ଵତନ୍ତ୍ର କାର୍ଯ୍ୟକାରୀ ଅଧିକାରୀ ଅତସୀ ଦାସଙ୍କ ଅଧ୍ୟକ୍ଷତାରେ ଏକ ସ୍ଵତନ୍ତ୍ର ପୁସ୍ତକ ପ୍ରଦର୍ଶନୀ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗ୍ରନ୍ଥାଗାରିକ ଓ ଗ୍ରନ୍ଥାଗାର ଶିକ୍ଷାନବିସମାନେ ଯୋଗଦେଇ ନିଜ ବକ୍ତବ୍ୟରେ ସମ୍ବଲପୁର ଭାଷା, ସାହିତ୍ୟ ଓ ସଂସ୍କୃତି, ନୃତ୍ୟ, ଗୀତ, ଚିତ୍ରକଳା, ଶାଢୀ ଇତ୍ୟାଦିର ଭୂୟସୀ ପ୍ରଶଂସା କରିଥିଲେ । ସ୍ଵଭାବ କବି ଗଙ୍ଗାଧର ମେହେର, ଶ୍ରୀ ହଳଧର ନାଗ ଆଦି ଅନେକ କବି ଓ ଲେଖକମାନଙ୍କ ଅବଦାନ ସମ୍ପର୍କରେ ମଧ୍ୟ ଏକ ବୃହତ ଆଲୋଚନା କରାଯାଇଥିଲା ।

Related Posts

Leave a Reply

Your email address will not be published. Required fields are marked *