ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ମନୋରଞ୍ଜନ ଦାସ ଜନ୍ମ ଶତବାର୍ଷିକୀ ସମାରୋହ ଆୟୋଜିତ

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ସ୍ଥାନୀୟ ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟରେ ବିଶିଷ୍ଟ ନାଟ୍ୟକାର ମନୋରଞ୍ଜନ ଦାସଙ୍କ ଜନ୍ମ ଶତବାର୍ଷିକୀ ପାଳିତ ହୋଇଯାଇଛି । ଏକାଡ଼େମୀର ସଭାପତି ଡକ୍ଟର ହୃଷୀକେଶ ମଲ୍ଲିକଙ୍କ ପୌରାହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ ମୁଖ୍ୟ ଅତିଥି, ବିଭାଗୀୟ ସ୍ଵତନ୍ତ୍ର ଶାସନ ସଚିବ କବି ମଧୁସୂଦନ ଦାଶ ସମ୍ମାନିତ ଅତିଥି ଏବଂ ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ମନୋରଞ୍ଜନ ଦାସଙ୍କ କନ୍ୟା ସିକତା ଦାସ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିଲେ ।

ସୂଚନା ଥାଉ ଯେ ମନୋରଞ୍ଜନ ଦାସ ଥିଲେ ଓଡ଼ିଆ ନବନାଟ୍ୟ ଆନ୍ଦୋଳନର କର୍ଣ୍ଣଧାର । ଭାରତୀୟ ନାଟ୍ୟ ବିବର୍ତ୍ତନରେ ମନୋରଞ୍ଜନଙ୍କ ଯୋଗଦାନ ଇତିହାସ ସୃଷ୍ଟି କରିଛି ବୋଲି କାର୍ଯ୍ୟକ୍ରମରେ ଅତିଥିମାନେ ମତବ୍ୟକ୍ତ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *