ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀଙ୍କ ‘ପ୍ରାଚୀ ଅବବାହିକା’ ଲୋକାର୍ପିତ

ଭୁବନେଶ୍ୱର : “ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଓ ଓଡ଼ିଶା ନାଗରିକ ମହାମଞ୍ଚ” ପକ୍ଷରୁ ଐତିହାସିକ, ଗବେଷକ, ସାହିତ୍ୟିକ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀଙ୍କ ୮୩ ତମ ଜନ୍ମଦିବସ ଅବସରରେ ତାଙ୍କ ସାରସ୍ୱତ କୃତି ‘ପ୍ରାଚୀ ଅବବାହିକା’ ଲୋକାର୍ପିତ ହୋଇଯାଇଛି । ଏହି ଅବସରରେ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ସମାଜସେବୀ ନାରାୟଣ ଓଝା, ବିଶିଷ୍ଟ ସାହିତ୍ୟିକ, ପ୍ରଶାସନିକ ଅଧିକାରୀ ନିରଞ୍ଜନ ସାହୁଙ୍କୁ ଡ. ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ସୂଚନା ଥାଉ ଯେ ଏହି କାର୍ଯ୍ୟକ୍ରମରେ ଭାଷାବିତ ଦେବୀପ୍ରସନ୍ନ ପଟ୍ଟନାୟକ ମୁଖ୍ୟ ଅତିଥି, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ସମ୍ମାନିତ ଅତିଥି, ସାହିତ୍ୟିକ ତଥା ଗବେଷକ ଅସିତ ମହାନ୍ତି ମୁଖ୍ୟବକ୍ତା ଭାବେ ଏବଂ ସ୍ତମ୍ଭକାର ତଥା ଗବେଷକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ବରେଣ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମଟିକୁ ମଦନ ମୋହନ ପାଢୀ ଏବଂ ବିଜୟ ପରିଡ଼ା ପରିଚାଳନା କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *