ନାଉଗାଁ ‘ସମ୍ବାଦ-ସାହିତ୍ୟ ଘର’ର ନୂଆ କମିଟି

ଭୁବନେଶ୍ୱର : ‘ସମ୍ବାଦ-ସାହିତ୍ୟ ଘର’ ନାଉଗାଁ ଶାଖାର ଏକ ବୈଠକ ଗୋଠଦା ମଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ତ୍ରିଲୋଚନ ପାଢୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା । ସର୍ବସମ୍ମତି କ୍ରମେ ସଭାପତି ଭାବେ ହିମାଂଶୁ କୁମାର ମହାନ୍ତି, କାର୍ଯ୍ୟକାରୀ ସଭାପତି ଭ୍ରମରବର ବେହୁରା, ଉପ-ସଭାପତି ଦେବାଶିଷ ରାୟ, ଅନୁସ୍ମିତା ବେହୁରା, ବିଭୂତି ଭୂଷଣ ତ୍ରିପାଠୀ, ସମ୍ପାଦକ ତ୍ରିଲୋଚନ ପାଢୀ, ସହ-ସମ୍ପାଦକ ପ୍ରସନ୍ନଜିତ ସାହୁ, ପ୍ରିୟଦର୍ଶିନୀ ନାୟକ, ସଂଘଠନ ସମ୍ପାଦକ ସରୋଜ କୁମାର ଲେଙ୍କା, ଜିତେନ୍ଦ୍ର ସେଠୀ, ତପନ କୁମାର ବେହୁରା, ସାଂସ୍କୃତିକ ସମ୍ପାଦକ ଅକ୍ଷୟ କୁମାର ରାଉତ ଏବଂ ଗୀତିକାର ବିକ୍ରମ କିଶୋର, ଗୁଲାକି ସେଠୀ, କୋଷାଧ୍ୟକ୍ଷ ରବୀନ୍ଦ୍ର କୁମାର ମହାନ୍ତି, ବସନ୍ତ କୁମାର ଦାସ, ନିର୍ମାଲା ଜେନା ପ୍ରମୁଖ ପରିଚାଳନା କମିଟି ସଦସ୍ୟ ଭାବେ ମନୋନୀତ ହୋଇଥିଲେ । ଆଗାମୀ ଦିନରେ ନାଉଗାଁ ‘ସମ୍ବାଦ-ସାହିତ୍ୟ ଘର’ ଭାଷା, ସାହିତ୍ୟ, ସଂସ୍କୃତି ସୁରକ୍ଷା ପାଇଁ କାର୍ଯ୍ୟ କରିବ ବୋଲି କର୍ମକର୍ତ୍ତାମାନେ ମତବ୍ୟକ୍ତ କରିଥିଲେ । ନାଉଗାଁ ଶାଖାର ବାର୍ଷିକ ଉତ୍ସବ ଓ କବି ସମ୍ମିଳନୀ ଅନୁଷ୍ଠିତ ପାଇଁ ଆଗାମୀ ବୈଠକରେ ତାରିଖ ନିର୍ଦ୍ଧାରଣ କରାଯିବ ବୋଲି ସଭାପତି ଶ୍ରୀ ମହାନ୍ତି କହିଥିଲେ । ନାଉଗାଁ ଶାଖା ଆବାହକ ମନୋଜ କୁମାର ନାୟକ ନୂତନ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।  

Related Posts

Leave a Reply

Your email address will not be published. Required fields are marked *