ପୃଥିବୀର ଶେଷ ଯୁଦ୍ଧ

ଅରୁଣ ମିତ୍ର

ହେ ଅବିମୃଷ୍ଯକାରୀ, ତୁମ ଦର୍ପରେ
ହତଭାଗ୍ୟ ବସୁନ୍ଧରା …
ଆଜି ବାରୁଦ ସ୍ତୁପରେ
ଅପେକ୍ଷାରେ ଖତରନାକ୍ ଆତତାୟୀ
ହସ୍ତରେ ମଶାଲ
ସଂକଟରେ ମାନବ ସଭ୍ୟତା
ଭୟ ବିହ୍ବଳା ।

ଧରିତ୍ରୀ ଜନନୀ କରଇ କ୍ରନ୍ଦନ
ଦେଖି ତୁମ ନିର୍ବୋଧତା
କାଳକୁ ଆବାହନ। ।

ଉଡ଼େଇବ କିଏ ବିଜୟର ବାନା
ମୃତ୍ୟୁର ଶୋଭାଯାତ୍ରାରେ
ଏ କା’ର ଭାବନା ।

ଶତ୍ରୁ ଲାଗି ମାରଣାସ୍ତ୍ରେ
ଆଣିବ ପ୍ରଳୟ
ନଗରେ ଲାଗିଲେ ନିଆଁ
ବଞ୍ଚେନା ଦେବାଳୟ ।

ହେ ବିଶ୍ବର କର୍ଣ୍ଣଧାର
ଧନବାନ ପ୍ରବୁଦ୍ଧ …
ଚାହୁଁଛ ଯଦି ହେଉ ଶୁଭାରମ୍ଭ
ସେଇ ଭୟାବହ ଜରାଜୀର୍ଣ୍ଣ
ପୃଥିବୀର ଶେଷ ଯୁଦ୍ଧ ।

ଯାଜପୁର ରୋଡ଼, ଯାଜପୁର

ଲେଖକ ପରିଚୟ

କବିତା ଏକ ଅନ୍ତରାତ୍ମାରୁ ପ୍ରବାହିତ ଝରଣା । ଗତି କେବେ ଧୀର, କେବେ ଚଞ୍ଚଳ, ସବୁବେଳେ ଅନାବିଳ । ମୋର ହୃଦୟରୁ କବିତା ମଧ୍ୟେ ମଧ୍ୟେ ପ୍ରବାହିତ ହୁଏ, ପ୍ରବାହର ଉତ୍ସ କହିବାକୁ ଗଲେ, ଉତ୍କଳ ଜନନୀର ଆଂଚଳ । ଏଠାକାର ମାଟି, ପାଣି, ପବନ, ପାହାଡ଼, ପର୍ବତ, ନଦୀ, ସମୁଦ୍ର, ଦେବାଦେବୀ, ଜନସମାଜ ସବୁ କିଛି ମୋତେ ମୋହିତ କରିଛି । ଫଳସ୍ୱରୂପ ମୁଁ ଚାଳିଶି ବର୍ଷ ବୟସରେ ବର୍ଣ୍ଣବୋଧ ପଢି ଓଡ଼ିଆରେ ଲେଖିବା ପଢିବା ଶିଖି ଚାରିଖଣ୍ଡ କବିତା ବହି ଲେଖିଛି । ମୋର ପାଠପଢା ବଙ୍ଗଳା ମାଧ୍ୟମରେ, ପଶ୍ଚିମବଙ୍ଗର ଏକ ଗାଆଁରେ ମୋର ଶୈଶବ ଅତିବାହିତ । କର୍ମକ୍ଷେତ୍ରରେ ସାହିତ୍ୟ ପ୍ରୀତି ଏବଂ ସାହିତ୍ୟ ସାଧନା ।

Related Posts

Leave a Reply

Your email address will not be published. Required fields are marked *