ଲଳିତ ମୋହନ ମିଶ୍ରଙ୍କ ନୀତିବାଣୀ ପୁସ୍ତକ ‘ଅମୃତ ଗଣ୍ଠିଲି’ ଉନ୍ମୋଚିତ

ଭୁବନେଶ୍ଵର : ପ୍ରତିଷ୍ଠିତ ପୁସ୍ତକ ପ୍ରକାଶନ ସଂସ୍ଥା ଏଥେନା ବୁକ୍ସ ଆନୁକୁଲ୍ୟରେ ଲେଖକ ଲଳିତ ମୋହନ ମିଶ୍ରଙ୍କର ନୀତିବାଣୀ ପୁସ୍ତକ ‘ଅମୃତ ଗଣ୍ଠିଲି’ ଉନ୍ମୋଚିତ ହୋଇଯାଇଛି । ବିଶିଷ୍ଟ ଜୀବନୀକାର ସତ୍ୟ ନାରାୟଣ ମହାପାତ୍ରଙ୍କ ସଭାପତିତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଭାଷାବିତ ଦେବାଶିଷ ମହାପାତ୍ର ମୁଖ୍ୟ ଅତିଥି, ବିଶିଷ୍ଟ ଗାଳ୍ପିକ ସୁରେଶ ଛୋଟରାୟ ବିଶିଷ୍ଟ ଅତିଥି, ବିଶିଷ୍ଟ କବି ଅଲେଖ ନନ୍ଦୀ ସମ୍ମାନିତ ଅତିଥି, ବିଶିଷ୍ଟ ଗାଳ୍ପିକ ରମେଶ ପଟ୍ଟନାୟକ ମୁଖ୍ୟବକ୍ତା ଏବଂ ସୁପ୍ରିୟା ପଣ୍ଡା ସମ୍ମାନିତ ବକ୍ତା ଭାବରେ ଯୋଗ ଦେଇଥିଲେ । ସରଳ ତଥା ବୋଧଗମ୍ୟ ଭାଷାର ବ୍ୟବହାର ସହ ମାନବିକ ମୂଲ୍ୟବୋଧ ଏବଂ ଭଗବତ ଚେତନାରେ ସମୃଦ୍ଧ ସମୁଦାୟ ଶହେଟି କ୍ଷୁଦ୍ରଗଳ୍ପର ସମାହାର ନେଇ ଏହି ପୁସ୍ତକଟି ଛୋଟପିଲାଠାରୁ ଆରମ୍ଭ କରି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ମୁଗ୍ଧ କରିବ, ଆକୃଷ୍ଟ କରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ଏଥେନା ବୁକ୍ସର ପ୍ରକାଶକ ତଥା ଲେଖକ ରାଜ କିଶୋର ଦାସଙ୍କ ପରିକଳ୍ପନାରେ ଏହି କାର୍ଯ୍ୟକ୍ରମରେ ଲେଖକ ଶ୍ରୀ ମିଶ୍ର ଲେଖକୀୟ ଅଭିବ୍ୟକ୍ତି ପ୍ରଦାନ କରିବା ସହିତ ଲେଖିକା ପ୍ରଣତି ଆଚାର୍ଯ୍ୟ ସ୍ଵାଗତ ଭାଷଣ ପ୍ରଦାନ କରି ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *