ଚନ୍ଦ୍ରଭାନୁ ପ୍ରଧାନ

ଆହା କି ସୁନ୍ଦର କୋଣାର୍କ ଦେଉଳ
ଗାଏ ଉତ୍କଳର ଗାଥା,
ଇତିହାସ ଯେବେ କହେ ତା ମହତ
ନଇଁ ଯାଏ ତେବେ ମଥା ।

ବାର ଶହ ବଢେଇ ଦେଉଳ ତୋଳିଲେ
ନମାରି ପାରିଲେ ଚୁଳି,
ଦଧିନଉତି ବସି ନପାରିଲେ
ପ୍ରାଣ ନାହା ଯିବ ଟଳି ।

ବିଷୁ ମହାରଣା ମନରେ ଭାଳେଣି
ଯେବେ ହୋଇଯିବ ଅଘଟଣ
ବାର ଶହ ବଢେଇ ପ୍ରାଣ ଚାଲିଯିବ
ମନେ ରହିଯିବ କଷଣ ।

ଯେବେ ଏକଥା ପୁଅ ଧରମା ଜାଣିଲା
ତିଳେ ନକରି ବିଳମ୍ବ
ପିତା ଆଜ୍ଞା ନେଇ ଚଢିଲେ ଶିଖର
ଚୁଳି ମାରି ହେଲେ ସଫଳ ।

ଜାତି ରକ୍ଷା ପାଇଁ ପ୍ରାଣତ୍ୟାଗ କଲେ
ସମୁଦ୍ରରେ ଦେଇ ଝାସ,
ଉତ୍କଳ ମାତାର ସୁଯୋଗ୍ୟ ସନ୍ତାନ
ରଖିଗଲେ ଜାତି ଯଶ ।

ଅମର ଅକ୍ଷରେ ଇତିହାସ ବକ୍ଷେ
ରହିଗଲା ଯା’ର ନାମ
ଉତ୍କଳ ମାତାର ସେ ବାଳୁତ ବୀର
ସ୍ମରଣୀୟ ତା’ର କାମ ।

ଆାହା କି ସୁନ୍ଦର କୋର୍ଣାକ ଦେଉଳ
ଗାଏ ଉତ୍କଳର ଗାଥା
ଇତିହାସ ଯେବେ କହେ ତା ମହତ
ନଇଁଯାଏ ତେବେ ମଥା ।

ଶକୁନ୍ତଳା ପୁର, ଯାଜପୁର, ଦୂରଭାଷା- ୭୯୭୮୫୦୬୫୩୨

ଲେଖକ ପରିଚୟ

ଦୀର୍ଘ ଦଶବର୍ଷ ଧରି ଲେଖନୀ ଚାଳନା ଜାରି ରଖିଥିବା ଶ୍ରୀଯୁକ୍ତ ଚନ୍ଦ୍ରଭାନୁ ପ୍ରଧାନ ଏକାଧାରରେ ଜଣେ କବି, ନାଟ୍ୟ ଅଭିନେତା, ସମାଜସେବୀ ଏବଂ ପେଶାରେ ଜଣେ ଶିକ୍ଷକ  । ତାଙ୍କର ଅଭିପ୍ରେରଣା ସାହିତ୍ୟ ଗୁରୁ ଶ୍ରୀଯୁକ୍ତ ରଜନୀକାନ୍ତ ପୃଷ୍ଟି । ଓଡ଼ିଶାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇଥିବା ଚନ୍ଦ୍ରଭାନୁଙ୍କର ଏଯାବତ ଦୁଇଟି କବିତା ସମ୍ବାଦ କଳିକା ଖବର କାଗଜରେ ପ୍ରକାଶିତ ହୋଇଛି ଯାହା ବିପୁଳ ମାତ୍ରାରେ ପାଠକୀୟ ଆଦୃତି ଲାଭ କରିଛି ।

Related Posts

One thought on “କୋଣାର୍କ

Leave a Reply

Your email address will not be published. Required fields are marked *