ପବିତ୍ର ବେହେରା

ଏ ଦୁଷ୍ଟ ଶୁଣ
ଆଜି ମୋ କି-ବୋର୍ଡ ମୋତେ ପ୍ରଶ୍ନ କରୁଛି,
କଣ ଏ ବର୍ଷ ଗୋଲାପ ଦିବସରେ
ତୁମେ ମୋତେ ଗୋଲାପ ଦେବ ନାହିଁ ?

ସେ ଅବା କେମିତି ଜାଣିବ
ତୁମେ ଏବେ ରଙ୍ଗୀନ ଯୁଗର
ରଙ୍ଗୀନ ପ୍ରଜାପତି ହୋଇ
ଭିନ୍ନ ଏକ ରଙ୍ଗମଞ୍ଚରେ
ପାଦ ଦେଇସାରିଛ ।

ମୋ କି-ବୋର୍ଡ ମୋ ପରି ଦୁଷ୍ଟଟିଏ
ଗତବର୍ଷ ତୁମେ ଦେଇଥିବା ଗୋଲାପ ପାଖୁଡ଼ାକୁ
ନିଜ ହୃଦୟରେ ଅବ୍ୟକ୍ତ ପ୍ରେମ ଦେଇ
ଅତି ନିଜର କରି ସାଇତି ରଖିଛି ।

ଏ ଦୁଷ୍ଟ ଶୁଣ
ତୁମେ ଦେଇଥିବା ଗୋଲାପ ଫୁଲ
ଆଜି ବି ତୁମ ଫୁଲ୍କା ଗାଲର କଳାଜାଇ ହୋଇ
ରକ୍ତ ଗୋଲାପର ରଙ୍ଗ ନେଇ
ତୁମ ଫେରିବା ବାଟକୁ ଚାହିଁ ବସିଛି ।

ଏ ଦୁଷ୍ଟ ଶୁଣ
ମୁଁ ତୁମକୁ ଭୁଲିଯାଇଛି ସତ, କିନ୍ତୁ
ଦେଖ ମୋ କି-ବୋର୍ଡ
ଦଗ୍ଧ ହୃଦୟର ବିକ୍ଷିପ୍ତ ବେଦନାରେ
ତୁମରି କୁମୁଦିନୀ ରୂପକୁ ଚାହିଁ ବସିଛି।

ବାହାଲପୁର,ଗଞ୍ଜାମ

ଲେଖକ ପରିଚୟ

ଯୁକ୍ତତିନି ଶେଷ ବର୍ଷ ପାଠ୍ୟକ୍ରମରେ ଥିବା ସମାେଲାଚନା ସାହିତ୍ୟ “ଇନ୍ଦ୍ରଧନୁ ଓ ବିଜୁଳି” ସାହିତ୍ୟ ଆକାଶରେ ଏକ ବିଶୃଂଖଳା ମେଘ ସୃଷ୍ଟି କରିଥିଲା । ବିଜୁଳି ପତ୍ରିକା ଯେଉଁ ପରି ଭଞ୍ଜ ବିରୋଧି ସାହିତ୍ୟ ରଚନା କରି ଭଞ୍ଜଙ୍କୁ ଅପମାନିତା କରାଯାଇଛି ଏହାଠାରୁ ଦୁଃଖଦ ଘଟଣା ଆଉ କଣ ହୋଇପାରେ ! ସ୍ଵାଧୀନତା ପୂର୍ବରୁ ଦେଖା ଯାଉଥିଲା ଓଡିଶାର କେତେକ ବିଶିଷ୍ଟ କବି ବଙ୍ଗୀୟ ଭାଷାକୁ ପ୍ରାଧାନ୍ୟ ଦେଇ ଓଡ଼ିଶାରେ ତାହାର ପ୍ରଚାର ଓ ପ୍ରସାର କରୁଥିଲେ ଆଜି ମଧ୍ୟ ତାହା ଦେଖିବାକୁ ମିଳୁଛି । ଆମ ରାଜ୍ୟର ସୀମାତଟ ଅଞ୍ଚଳର କବିମାନେ ଓଡ଼ିଆ ଭାଷାକୁ ଗୁରୁତ୍ଵ ଦେଉନଥିବା ବେଳେ ନିଜ ମାଟିର ଅସ୍ମିତା ବଜାୟ ରଖିବା ପାଇଁ ନିଜେ ସାହିତ୍ୟ ଆକାଶରେ ତାରକା ହେବାକୁ ଇଛା ପ୍ରକାଶ କରିଛି ।

Related Posts

Leave a Reply

Your email address will not be published. Required fields are marked *