
ଦେବଯାନୀ ରାୟ
କେଉଁ ଏକ ଚିହ୍ନା ଚିହ୍ନା ବାସ୍ନାରେ ଚହଲିଗଲା କିଛି କ୍ଷଣ
ହଁ….., ଆଜି ସନ୍ଧି କ୍ଷଣରେ ଅନ୍ଧାରକୁ ଗୋଟା ପଣେ
ମାତ୍ କରିନେବାର ବେଳ
ଗୋଟେ ପ୍ରସସ୍ଥ ମଇଦାନରେ
ଛାତି ପାଲଟି ଯାଏ ନଗ୍ନତାର ଚିହ୍ନ
ଯେଉଁଠି ସର୍ବଦା ଝଟକୁ ଥାଏ
ସନ୍ମୋହନର ଶିହରଣ
ପ୍ରତି ରାତିରେ ଗଢିବା ପାଇଁ ରମଣର ସ୍ଥାପତ୍ୟ
ପ୍ରକୃତିର ମହା ସୌନ୍ଦର୍ଯ୍ୟରେ ଧ୍ୟାନସ୍ଥ ଆକାଶ
ଧରାବତରଣ କରେ ଗଢିବାକୁ
କୋଣାର୍କର ଚିତ୍ରିିତ ଅସ୍ତିତ୍ୱ….. । ।
ତା’ପରର ମାତାଲ୍ ସକାଳ
ସୂର୍ଯ୍ୟ ଆଲୁଅରେ ଯାଜୁଲ୍ୟମାନ
ମନ୍ଦ ମନ୍ଦ ଚହଟାଇ
ପ୍ରାପ୍ତିର ମନ୍ଦାର ମାଳା
ବଢିଚାଲେ ଅନ୍ତରରୁ ଅନ୍ତରୀକ୍ଷ
ଯକ୍ଷର ବେଶ ପିନ୍ଧି କ୍ଷଣୁ କ୍ଷଣ
ମୁଁ କିନ୍ତୁ ମଥା ପୋତି ଠିଆ ଠିକ୍ ସେଇଠି
ମୋ ଓଠ କେବେ ପ୍ରକମ୍ପିତ
ତ କେବେ ମୋର ଅବୟବ
କିଛି ବ୍ୟତିକ୍ରମର ଭୟରେ
ସ୍ୱପ୍ନ ମାନେ ଏବେ ବି ଅଡ଼ୁଆ ସୂତାର ଗଣ୍ଠି ପରି
ନୀଳ ନିବିଡ଼ ମାୟାର କାୟା ବିସ୍ତରି
ଛନ୍ଦା ଅଛନ୍ତି ପ୍ରେମ ଜାଲେ
ମୁଁ ଭିଡ଼ୁଛି ଅଲକ୍ଷ୍ୟରେ
କିଛି ଫିଟି ଯିବାର ଆଶାରେ ତ
ଆଉ କିଛି ଛିଡ଼ି ଯିବାର ଆଶଙ୍କାରେ…. । ।
ବେଳୁ ବେଳ ଅନ୍ଧାର ବେଲଗାମ
ଲାବଣ୍ୟ କାରୁକାର୍ଯ୍ୟରେ
ହେଲେ ମୁଁ ତ ସଅଁପି ଦେଇଛି
ଆଗପଛ ନ ବିଚାରି
ହାର ଜି୍ ର ସମୟ….ଦୁଃସମୟ
ପକ୍ଷ…ପ୍ରତିପକ୍ଷ
ଦରଚିହ୍ନା ରେଖା ଚିହ୍ନ
ତାହାର ଚୁମ୍ବକୀୟ ସତ୍ତାରେ
ଯାହା ପାଇଁ ଲାଲ୍ ଟହ ଟହ କପାଳ
ମାଧୁରୀମାର ଜହର ମାଖି
ବିଷାକ୍ତ ଭରେ ପରିଚୟରେ…. । ।
ମାର୍ଫତ୍-ସ୍ୱରୂପ ରଂଜନ ରାୟ, ରାମଚନ୍ଦ୍ରପୁର ବଜାର, ଜଟଣୀ, ଖୋର୍ଦ୍ଧା, ମୋ-୯୪୩୭୪୧୩୩୧୪