ଲଲାଟେନ୍ଦୁ କବି

ଭାଵଭୂମି ଵିଳାସିନୀ ମାନିନୀ କଵିତା,
କେ ବୁଝେ ମରମ ତଵ ଅଳପ ଚିନ୍ତନେ,
ଵୈଶ୍ଵାନରେ ସୁରନରେ ସଦା ପ୍ରଶଂସିତା,
ମହାଭାଵ ଉପୁଜାଅ ଗୁଣୀଜ୍ଞାନୀଜନେ ॥୧

ନ ଥିଲା ଯେ କାଳେ ଭୂମି ଜଳ ଅଗ୍ନି ଵାତ,
ନଥିଲା ଏ ଭୂତାକାଶ, ତନ୍ମାତ୍ର, ତ୍ରିଗୁଣ
ନଥିଲା ଏ ବୁଦ୍ଧିମନଚିତ୍ତର ସଂଘାତ,
ନଥାିଲା ଏ ଗନ୍ଧ ସ୍ୱାଦ ରୂପ ସ୍ପର୍ଶ ସ୍ଵନ ।୨

ସର୍ଵଭୂତ ଥିଲେ ଲୁପ୍ତ ପ୍ରକୄତି ଗରଭେ,
ସମଗ୍ର ଅସ୍ତିତ୍ୱ ଥିଲା ଅଭେଦ୍ୟ ଅନ୍ଧାରେ,
ମୂର୍ଚ୍ଛିତ ନିଶ୍ଚେତ ଥିଲେ ଜୀଵାତ୍ମା ସରଵେ,
ଲୁଚି ତୁମେ ରହିଥିଲ ଶାଶ୍ୱତ ଓଙ୍କାରେ ।୩
.
ଶୂନ୍ୟାକାଶେ ରହି ଆଗୋ ଵାଙ୍ମୟୀ ଦୁହିତା,
ତିତିକ୍ଷାପୂରିତ କଲ ଦୁର୍ବାର ପ୍ରତୀକ୍ଷା,
ନିସ୍ତରଙ୍ଗ ବୄତ୍ତି ହେଲେ ଗତି ସଂଯୋଜିତା
ଦେବ ବୋଲି ରକ୍ତି ସ୍ଥିତି କୄତିର ପରୀକ୍ଷା ।୪

ସହସା ପ୍ରକୄତିରାଣୀ ହେଲା ପ୍ରସଵିନୀ,
ପରମ୍ପରା କ୍ରମେ ସୂକ୍ଷ୍ମ ସ୍ଥୂଳ ସମୁଦ୍ଭବ,
ଲୟଵାରିଧିରେ ଧୀରେ ପାହିଲା ଯାମିନୀ,
ନିଃସହାୟ ଵିଶ୍ବେ ହେଲା ନାନା ଊପଦ୍ରବ ।୫

ଜଳ ସ୍ଥଳ ଅଗ୍ନି ଵାୟୂ ଆକାଶ ସକଳେ
ଆହରିଲେ ମିଳନର ଉଚ୍ଛଳ ଅମୄତ,
ଅଦ୍ଵୟ ଵରଜି କଲେ ଅନ୍ଵୟ ଵିହ୍ଵଳେ,
ପଞ୍ଚଭୂତ ଯଥାରୀତି ହେଲେ ପଞ୍ଜୀକୄତ ।୬

ପଞ୍ଜୀକୄତେ ପଞ୍ଚଭୂତେ ତନ୍ମାତ୍ର ନିଚୟ,
ପ୍ରକାଶିଲେ ନିରନ୍ତର ସ୍ଵକୀୟ ପ୍ରଭାଵ,
ଶବ୍ଦ ତନ୍ମାତ୍ରକୁ କରି ନିଜ ପ୍ରତିଶ୍ରୟ
ବ୍ଵିକଶିଲ ଵିଶ୍ବମୟ ଲାଵଣ୍ୟ ସ୍ୱଳଢଭାଵ ।୭

ପ୍ରଜାପତି ଶାବ୍ଦୀମାତା ଵାଗ୍ଦେଵୀ ଵଚନେ
ତୁମ କୄପାବଳେ କଲେ ଗାୟତ୍ରୀ ଗାୟନ,
ସର୍ଜନର କାରୁକୄତି ସ୍ଫୁରନ୍ତେ ଗୋପନେ,
କଳ୍ପେକଳ୍ପେ ହେଲା ଗୁଣଧର୍ମ ସଂସ୍ଥାପନ ।୮

ତୁମେ ସମୁଜ୍ଜ୍ୱଳା ଦେଵି! ଵେଦମନ୍ତ୍ରୋଚ୍ଚାରେ,
ଶ୍ରୁତି ମଧ୍ୟେ ଦ୍ୟୁତି ଏକା ତୁମେ ଗୋ କବିତା,
ଆରଣ୍ୟକେ ହିରଣ୍ୟକ ସର୍ବ ସୂତ୍ରସାରେ,
ଛନ୍ଦରାଗ ଵିଭୂଷିତା ତୁମେ ହିଁ ସଂହିତା !୯

କେଉଁ ରାଜ୍ୟେ ଆରମ୍ଭିଲ ଚିତ୍ତ ଵିମୋହନ,
ଏ ମହୀମଣ୍ତଳେ ଅଵା କାହିଁ ଗ୍ରହାନ୍ତରେ,
କେଉଁ ଧାମେ ଲଭି ଆଦି ପୟର ବ୍ୟଜନ
ମୁଗ୍ଧ କଲ କ୍ଷୁବ୍ଧ ଚିତ୍ତ ପ୍ରବୁଦ୍ଧ ମନ୍ତରେ ।୧୦

ଆନ ସୁଖଦୁଃଖେ ତୁମେ ସଦା ସହଚରୀ,
ଜାତଲଗ୍ନେ ବାଲ୍ୟକାଳେ କୈଶୋରେ ଯୌବନେ,
ଗୁଞ୍ଜରଣମୁଖରିତା ଦିବସ ଶର୍ବରୀ,
ମହୋତ୍ସଵକୋଳାହଳେ, ଵିଷଣ୍ଣ ଵିଜନେ ।୧୧

ଅଛି କି ଏଭଳି ଧାମ ଏ ଵିଶ୍ବ ଜଗତେ
ଯେଉଁ ଦେଶେ ପଡିନାହିଁ ତଵ ପଦରେଣୁ ?
ନାହିଁ ତହିଁ ଦୟା ଧର୍ମ ପ୍ରେମ ପଥେ ପଥେ,
ବାଜେନା କି ତହିଁ କେବେ ସୁମଧୁର ଵେଣୁ ?୧

ବୈଶ୍ୱାନର= ସର୍ବତ୍ର
ରକ୍ତି= ଅନୁରକ୍ତି
ଅଦ୍ବୟ= ପରିତୟ,
ଅନ୍ବୟ= ମିଳନ
ଶାବ୍ଦୀ= ସରସ୍ୱତୀ
ପ୍ରତିଶ୍ରୟ= ଘର
ପ୍ରବୁଦ୍ଧ= ଜାଗ୍ରତ, ବିଜ୍ଞୋଚିତ

  

Related Posts

Leave a Reply

Your email address will not be published. Required fields are marked *