ଜ୍ଞାନେନ୍ଦ୍ର
ଏଇ ସମୟ
କହି ପାରିଥାନ୍ତା
ବର୍ଷା ପରେ
ଭିଜା ପୃଥିବୀର
ଅକୁହା କଥା,
ତମ ଦୁଃଖ
ତମେ କହିଥାନ୍ତ
ମୁଁ ବି କହିଥାନ୍ତି
ମୋ ଦୁଃଖ ।
ଏମିତି ଭାବରେ
ଆମ ଭଲ ପାଇବାର
ହୋଇ ନ’ଥାନ୍ତା ଶେଷ ।
ଜ୍ଞାନେନ୍ଦ୍ର ପେସାରେ ଜଣେ ସୂଚନା ପ୍ରଯୁକ୍ତିବିଦ୍ୟାରେ ଇଞ୍ଜିନିୟର । ବାଲେଶ୍ୱର ଜିଲ୍ଲାରେ ତାଙ୍କର ଜନ୍ମ । କବିତା, ନାଟକ, ଏକାଙ୍କିକା, ପ୍ରବନ୍ଧ ଆଦି ସାହିତ୍ୟର ସବୁ ବିଭାଗରେ ସେ ନିୟମିତ ଲେଖାଲେଖି କରୁଛନ୍ତି । ବିଶେଷ ଭାବେ ସାମାଜିକ ଗଣମାଧ୍ୟମରେ କବିତା ଲେଖି ପାଠକଙ୍କ ପ୍ରିୟ ହୋଇପାରିଛନ୍ତି । ଏହା ବ୍ୟତୀତ ସେ ଭାଗବତ ଟୁଙ୍ଗୀର ପୁନରୁଦ୍ଧାର ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି ।
ଗଳ୍ପାବତରଣ ସ୍ବାଭାବିକ , ଅନୁଭବ କରିହେଲା ପ୍ରପୋଜ୍ କାଳର ଅସମଞ୍ଜସ ଓ ଅବଶୋଷ।। ଶୁଭେଚ୍ଛା।