ବିରହ ତାତିରେ ଭରା

ସୁଧିରେନ୍ଦ୍ର ପରିଜା

ଶୀତ ଆସିଲାଣି
ସହରକୁ ତୁମ
କଅଁଳ ପରଶ ଧରି
ବଜାରଘାଟରେ
ଘରେ ଓ ବାହାରେ
ସଭିଁଏ ଗଲେଣି ଥରି

ଶୀତ ଖୋଜୁଅଛି
ଛକରେ, ପାର୍କରେ
ତୁମକୁ ସେ ପାଉ ନାହିଁ
ତୁମ ବିନା ମୋତେ
ଦେଖି ଏକା ଏକା
ପାରେନା ସେ ମୋତେ ଛୁଇଁ

ଶୀତ ଦେଖିଥିଲା
ବରଷ, ବରଷ
ଧରାରେ ତା’ ଆଗମନେ
ପୁଲକିତ ଥିଲା
ଦୁଇ ମନ ଆମ
ତା’ ଆସିବା ବେଳେ ଦିନେ

ଶୀତ ସକାଳରେ
ଶୀତୁଆ ସନ୍ଧ୍ୟାରେ
ତୁମେ ଥିଲ ପାଖେ ପାଖେ
ତୁମେ ଥିଲ ବୋଲି
ତୁମରି ଭିତରେ
ନିଜକୁ ମୁଁ ନିଜେ ଦେଖେ

ଆଜି ଶୀତ ଅଛି
ସହରରେ ତୁମ
ତୁମେ ନାହଁ ବୋଲି ପରା
ଶୀତ ସନ୍ଧ୍ୟା ଆଉ
ସକାଳ ମୋ ପାଇଁ
ବିରହ ତାତିରେ ଭରା

ସୁଧିରେନ୍ଦ୍ର ପରିଜା ଜଣେ ସକ୍ରିୟ ବରିଷ୍ଠ ସାମ୍ବାଦିକ । ଦୀର୍ଘ ବର୍ଷ ଧରି ସେ 'ସମାଜ'ରେ ସାମ୍ବାଦିକତା କରିଆସୁଛନ୍ତି । ସାମ୍ବାଦିକତା ସହ ସେ କବିତା ରଚନା କରନ୍ତି । 
ଅନୁଗୋଳ, ମୋବାଇଲ ନମ୍ବର: ୯୪୩୭୧ ୭୨୨୧୨

Related Posts

Leave a Reply

Your email address will not be published. Required fields are marked *