ଦେବଯାନୀ ରାୟ

ଅହିଂସାରୁ ହିଂସାକୁ ବାଦ ଦେଇ
କେତେ ବା ବଞ୍ଚିଛି
ଧର୍ମ ଧର୍ଯ୍ୟ
ଅହିଂସା କ’ଣ ସାଉଁଟି ପାରିଛି
ମୁଗ୍ଧ ମୋହନ ହସର ସୂର୍ଯ୍ୟ?
ଏମିତି ବି ମଦ ଆଉ ମୋହନୀ ଶକ୍ତିରେ
ବଶୀଭୂତ ଜୀବନ କାହାଣୀ
ଅପହୃତା, କଳୁଷିତା, ଧର୍ଷିତା କି ଗଣଦୁଷ୍କୃତାର
ହିଂସାର ପଜ୍ଜ୍ୱଳିତ ମଶାଣୀ । ।
ଅହିଂସାର ଋତୁସବୁ ବନ୍ଦୀ ବନ୍ଦୀ ଏଠି
ସୁଉଚ୍ଚ ପାଚେରୀ ଘେରରେ
ଛୁଇଁ ଯାଏ ତ ଅତି ମନଷ୍କ
କିନ୍ତୁ, ଶିକ୍ତ କରି ପାରେନା ପ୍ରକୃତିର
ଅଣନିଶ୍ୱାସୀ ଛାତି ବା ପିଠି
ସକାଳର ଉଆଁଶ ଦାଣ୍ଡରେ । ।
ମୂଲ୍ୟହୀନ ଦେଶରେ ବଶ
ସ୍ୱାର୍ଥ, ଦେଶ, ଦଶ
ବାରମାସ ଚାଲିଛି ବିଶ୍ୱର ବିନାଶ
ଯେଉଁଠି ନିଜର ଆହୂତିରେ ନିଜେ ପାଉ ଧ୍ୱଂସ
ପ୍ରକୃତିକୁ, ସମାଜକୁ, ସମସ୍ତଙ୍କୁ
ଭଲ ପାଇବାର ଭାଷଣ, ପରାମର୍ଶ
ପୁନଶ୍ଚ ସେଇଠି ଖୋଜିବାକୁ ହୁଏ
ନିର୍ମଳ ପ୍ରଶ୍ୱାସ । ।
ଐଶ୍ୱର୍ଯ୍ୟ ଲୋଭ ଲାଭର ମୋହରେ
ଗଢାହୁଏ କି ଭାଙ୍ଗିବାକୁ ପଡ଼େ ସମାଜ
କେବଳ ସତ୍ୟର ଅପଳାପରେ……
କୋଟି କୋଟି ପେଟର ଭୋକିଲା ଚିତ୍କାର
ଅଛି ଶକ୍ତିମାନ, ସିଂହାସନ, ଅଛି ସ୍ଲୋଗାନ…..
“ସଭିଙ୍କ ବିକାଶ ଶାସନ ସଭିଙ୍କ ସାଥିରେ”
ହେଲେ ଶୁଣିଛି, କେହି ଜଣେ କହୁଥିଲେ
ଏ ଦେଶର ସ୍ୱରାୟନ
କେବେ କପୋତ ଉଡ଼ାଣରେ ତ
କେବେ ରକେଟ
କେବେ ରଖିପାରେ କମାଣର
ଶାଣିତ ସାମର୍ଥ୍ୟ
ପୁଣି କେବେ ମାଗିଜାଣେ ପ୍ରେମର ବୀଜ
ଯାଚିପାରେ ସହସ୍ର ଯୁଦ୍ଧର
ମହାକାବ୍ୟ । ।


ମାର୍ଫତ୍‌-ସ୍ୱରୂପ ରଂଜନ ରାୟ, ରାମଚନ୍ଦ୍ରପୁର ବଜାର,
ଜଟଣୀ, ଖୋର୍ଦ୍ଧା, ମୋ-୯୪୩୭୪୧୩୩୧୪

Related Posts

Leave a Reply

Your email address will not be published. Required fields are marked *