ଇଚ୍ଛାହୁଏ ଏମିତି

ଅର୍ପିତା ବିଶ୍ୱାଳ

କର୍ମମୟ ଜୀବନରୁ ଅବସର ଘଟାଇ
ରାତିର ନିର୍ଜନ ଅନ୍ଧାରରେ
ଏକୁଟିଆ ଜିଇଁବାକୁ ଇଚ୍ଛା ହୁଏ

ଶୂନଶାନ ନିଶବ୍ଦ ଅନ୍ଧାରରେ
ଚିତ୍ରପଟ୍ଟ ସଦୃଶ୍ୟ
ଦିଶିଯାଏ ଅତୀତର ମିଠା ମୁହୂର୍ତ୍ତ
ଇଚ୍ଛା ହୁଏ ପୁଣିଥରେ ଫେରିବାକୁ
ସାଉଁଟି ଆଣି ରଖିବାକୁ
ଅଭୁଲା ଅତୀତର ସ୍ମୃତିକୁ

ଭାବିଲେ କ୍ଷଣିକ ଭିତରେ
ଖେଳିଯାଏ ସ୍ମିତହସ
ଉଚ୍ଛ୍ୱାସରେ ଶିହରି ଉଠେ
ଦେହ, ମନ, ପ୍ରାଣ
ଆତ୍ମ ତୃପ୍ତ ହୁଏ
ଇଚ୍ଛାହୁଏ ଏମିତି
ଏକୁଟିଆ ଜିଇଁବାକୁ ।।

ଅର୍ପିତା ଏବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଓଡି଼ଆ ଭାଷା ସାହିତ୍ୟ ବିଭାଗରେ ଗବେଷଣାରତ । ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଓଡି଼ଆରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଛନ୍ତି । ସାହିତ୍ୟର ବିଭିନ୍ନ ବିଭାଗରେ ତାଙ୍କର ରୁଚି । କବିତା, ଗଳ୍ପ ରଚନା ସାଙ୍ଗକୁ ସେ ସମାଲୋଚନା ସାହିତ୍ୟରେ ମନୋନିବେଶ କରିଛନ୍ତି ।

Related Posts

Leave a Reply

Your email address will not be published. Required fields are marked *