ଶ୍ରୀମତୀ ପଦ୍ମିନୀ ଦାଶ

ଜୀବନଟା ଏଠି ମରୀଚିକା ଭଳି
ଛାଇ ଆଲୁଅର ଖେଳ
କେତେବେଳେ ସୁଖ କେତେବେଳେ ଦୁଃଖ
ଜଣାପଡ଼େ ନାହିଁ ପଥ ।

ଭାବିଥିବା କଥା ଓଲଟା ହୁଅଇ
ବୁଝିପାରେ ନାହିଁ ମନ
ବଞ୍ଚିବା ମରିବା ଏକାଠି ଏଇଠି
ଛାଇ ଆଲୁଅର ଖେଳ ।

ବିଧାତା ଗଢିଛି ବିଧିର ବିଧାନ
ମାନିବାକୁ ହେବ ସବୁ
ସଂସାର ରଥକୁ ଗଡ଼ାଇ ନେବାକୁ
କଷଣ ସହିବ ଯେତେ ।

ବଡ଼ବଡ଼ ଏଠି ସୁଖରେ ରହିବେ
ଛଟକିଆ କଥା କହି
ସାନସାନ ଏଠି ଖୁସିରେ ଚଳିବେ
ମିଛ ସତ ଯୋଡ଼ି ଦେଇ ।

ଦୁଃଖ ତ ପାଇବ ମଝିଆଁ ମଣିଷ
ନଫିଟାଇ ପାରି ପାଟି
ଜୀବନତା ଏଠି ମରୀଚିକା ପରି
ଅନ୍ତରଟା ଯାଏ ଫାଟି ।

କଟକ

ଲେଖକ ପରିଚୟ

ବିଗତ ଏକ ଦଶନ୍ଧି ଧରି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ବିଜ୍ଞାନ ଶିକ୍ଷକ ଭାବରେ କାର୍ଯ୍ୟରତ । ଶିଶୁମାନଙ୍କ ପାଇଁ ଅନେକ କାହାଣୀ ଓ କବିତା ଲେଖେ ।

Related Posts

Leave a Reply

Your email address will not be published. Required fields are marked *