ସଦାଶିବ ମିଶ୍ରଙ୍କ କବିତା ସଂକଳନ ଲୋକାର୍ପିତ

ପୁରୀ : କବି, କଥାକାର ତଥା ସୁଲେଖାର ସମ୍ପାଦକ ସଦାଶିବ ମିଶ୍ରଙ୍କ ଦ୍ଵିତୀୟ କବିତା ସଂକଳନ ‘କବିତା ଜୀବନ ଯମୁନା’ର ପୁରୀ ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ଵାରା ଲୋକାର୍ପିତ ହୋଇଛି । ପୂର୍ବରୁ ମିଶ୍ରଙ୍କର ତିନିଟି ଗଳ୍ପ ସଂକଳନ, ବୋଉ ଉପନ୍ୟାସ, ତିନିଟି ଶିଶୁ ସଂକଳନ, ଜୀବନୀ ମୋ ଜୀବନର ଅଭୁଲା କଥା ଏବଂ ଫୁଲ ପ୍ରକାଶିତ ହୋଇଥିଲା । କବିତା ସଂକଳନ ଲୋକର୍ପଣ ଅବସରରେ ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ କବି ରକ୍ଷକ ନାୟକଙ୍କ ସମେତ ଉମାକାନ୍ତ ମହାପାତ୍ର, ସୁରେଶ ପଟ୍ଟନାୟକ, ବିଜୟାଲକ୍ଷ୍ମୀ ଦାଶ, ଅନ୍ନପୂର୍ଣ୍ଣା ଦେବୀ ପ୍ରମୁଖ ଉପସ୍ଥିତ ଥିଲେ ।

Related Posts

Leave a Reply

Your email address will not be published. Required fields are marked *