ଚିଦାନନ୍ଦ ଦେହୁରୀ

ଯେତେ ବି ଚାହିଁଲେ ଏ ହୃଦୟ କୋହ
ଲୁଚେଇବା ପାଇଁ ତାହାରି ଆଗେ,
କୋହକୁ ଦୂରେଇ ହସେଇବା ପାଇଁ
ପ୍ରେମରେ ପ୍ରେମରେ ମୋ ପ୍ରିୟା ରାଗେ ।

ପ୍ରେମ ସିନା ଅଟେ ଅଢେଇ ଅକ୍ଷର
ସିନ୍ଦୁକରେ କିବା ଲୁଚି ପାରିବ,
ଯେତେ ଲୁଚେଇଲେ ସିନ୍ଦୁକ ଫଟାଇ
କୋହ ହୋଇ କେବେ ଝରି ଆସିବ ।

ପ୍ରେମ ଚିରନ୍ତନ ପ୍ରେମ ଯେ ଶାଶ୍ଵତ
ଆଗେ ଥିଲା ଏବେ ରହିବ,
ଯେତେ ଚାହିଁଲେ ବି ପ୍ରେମ କେଉଁଠାରେ
ପଳାତକ ପରି ଲୁଚି ନରହିବ ।

ପ୍ରେମୀ ଜୀବନର ହୃଦୟର କୋହ
ଏକ ଅବିଚ୍ଛେଦ୍ୟ ଫରଦ,
କେବେ ନା ଲୁଚିଛି ଲୁଚେଇ ପାରିବ
ଅଦେଖା ଭିତର ଦରଦ ।

ଠାକୁରଗଡ଼, ଆଠମଲ୍ଲିକ, ଅନୁଗୁଳ, ମୋ – ୮୩୨୭୭ ୯୪୩୧୭

ଲେଖକ ପରିଚୟ

ଛାତ୍ର ଜୀବନରୁ ମୋର ଲେଖା ପ୍ରତି ଦୁର୍ବଳତା ସୃଷ୍ଟି ହୋଇଥିଲା, ଯାହାର ଫଳସ୍ୱରୂପ ଆଜି ବିଭିନ୍ନ ପତ୍ରପତ୍ରିକାରେ ଶତାଧିକ କ୍ଷୁଦ୍ର ଗଳ୍ପ, କବିତା, ପ୍ରବନ୍ଧ ଆଦି ପ୍ରକାଶିତ ହୋଇଛି । “ଚଷମା ଭାଙ୍ଗିଗଲା”, “ବାଲିଟିଏ ପାଣି” ଆଦି ଲୋକପ୍ରିୟ ଗଳ୍ପ ମୋତେ ଗୋଟିଏ ପରିଚୟ ଦେଇପାରିଛି ।

Related Posts

Leave a Reply

Your email address will not be published. Required fields are marked *