ଅଦୃଷ୍ଟର ନିୟନ୍ତ୍ରଣେ

ସନ୍ତୋଷ ପଟ୍ଟନାୟକ

ଫଗୁର ଫଗୁଣ ଆସି ଫେରିଗଲା ସ୍ମୃତି ଦରିଆ ବେଳାରୁ
ଆଗପରି ଆଉ ନଥିଲା ଜିଗର ସତେ ବିଚ୍ୟୁତ ମୋହରୁ
ରୀତିରେ ରମିଲା ପ୍ରୀତି ପରସିଲା ନଥିଲା ସେତେ ଆଦର
ସମ୍ପ୍ରତି ସମୟ ସମୀକ୍ଷା ବୈଠକେ ଆଶା କଲା ପରିହାର ॥

ଚିନ୍ତିତ ଚିନ୍ତନେ ଚଇତିର ଚିତ୍ର ମୂଲ୍ୟାଙ୍କନ ହେଲା ଯେବେ
ବସନ୍ତ ମୋହରୁ ବାସ ଉଡ଼ିଗଲା ଦୁର୍ବିସହ ସ୍ନାନ ଯୋଗେ
ବୈଶାଖ ଭୋଗୁଛି ମର୍ମଦାହ ଦୁଃଖ ଶକୁନିର ପଶା ଖେଳେ
ଜୀବନ ଜଞ୍ଜାଳ ନିସ୍ଵତା ନିର୍ମାଣେ ଭରଷାର ତରୁ ଡ଼ାଳେ ॥

କଟକଣା କଷ୍ଟ ଭାଙ୍ଗି ଦିଏ ଆଣ୍ଟ ସମୟ ଚକ୍ରକୁ ଧରି
ଶାସକ ସାଥିରେ ସତେ ଅବା ସନ୍ଧି କରିଅଛି ମାହାମାରୀ
ଅଢେଇ ଦିନିଆ ଜୀବନ ଖେଳରେ ତୁଛା ମନମାନି ପଣେ
ହୁତୁହୁତୁ ଜଳେ ତମାମ୍ ସପନ ଅଦୃଷ୍ଟର ନିୟନ୍ତ୍ରଣେ ॥

ଅଥୟତା ଚାପି ସ୍ମର ବିଭୁପଦ କଳିର କ୍ରୁରତା ଗୁଣି
ଶ୍ରଦ୍ଧାରେ ସଜେଇ ଭକ୍ତି ପୁଷ୍ପାଞ୍ଜଳୀ ସନ୍ତୋଷେ ସ୍ମରେ ତାରିଣୀ ॥

ବେଗୁନିଆପଡ଼ା ବ୍ଳକ, ତିରିଡ଼ା, ଗଞ୍ଜାମ, ୭୯୮୪୨୫୯୦୮୦

ଲେଖକ ପରିଚୟ

ପିଲାଟିବେଳୁ ଗପ ଆଉ କବିତା ପଢିବାକୁ ଭଲ ଲାଗେ । ପଢିବା ସମୟରେ ଭାବିବସେ ମୁଁ ବି କିଛି ଲେଖିପାରନ୍ତିକି ! ପାଠପଢା ପରେ କର୍ମମୟ ଜୀବନର କ୍ଳାନ୍ତି ଦୂର କରିବାକୁ ଶବ୍ଦର ସାହାରା ନେଲି, ଆଉ ସେଇଟା ମୋତେ ଲେଖିବାକୁ ପ୍ରୋତ୍ସାହିତ କଲା । “ସମର୍ପଣ” ନାମରେ ଏକ କବିତା ସଙ୍କଳନ ink world ଦ୍ଵାରା ପ୍ରକାଶିତ ଅପେକ୍ଷାରେ ଥିଲାବେଳେ  ‘ବେଦାନ୍ତୀ’, ‘ଆହ୍ଵାନ’, ‘ବଣମଲ୍ଲୀର ମହକ’, ‘ସମ୍ବାଦ କଳିକା’, ‘ମାଟିଲଗ୍ନା’, ‘Odisha Sambada’, ‘Storymirror’, ‘ପ୍ରତିଲିପି’ ଭଳି ସାହିତ୍ୟ ପତ୍ର-ପତ୍ରିକାରେ କିଛି ଲେଖା ପ୍ରକାଶ ପାଇଛି ।

Related Posts

One thought on “ଅଦୃଷ୍ଟର ନିୟନ୍ତ୍ରଣେ

  1. ସନ୍ତୋଷ ପଟ୍ଟନାୟକ ବାବୁଙ୍କ ଲେଖାଟି ମନଛୁଆଁ ହୋଇଛି । ଲେଖକ ପରିଚୟ ପଢି ଅଧିକ ଖୁସି ଲାଗିଲା ଯେ, ନିରବଚ୍ଛିନ୍ନ ଭାବରେ ଲେଖା ଜାରି ରଖିଛନ୍ତି ।

Leave a Reply

Your email address will not be published. Required fields are marked *