ଧିମେଇ ଯାଉଛି ଉତ୍ସାହ ଶିଖା

ହରି ମନୋରଞ୍ଜନ ପାଢୀ

ଯୁବକଯୁବତୀ ମନେ ହତୋତ୍ସାହ
ଦେଖିଣ ନିଯୁକ୍ତି ନୀତି
ଦେଶର ଉନ୍ନତି କେମିତି ହୋଇବ
କ୍ଷୁର୍ଣ୍ଣ ମାନବ ସମ୍ପତ୍ତି ।

ଶିକ୍ଷାନୀତି ଆଜି ଦିଗଭ୍ରଷ୍ଟ ହୋଇ
ବଢ଼ାଏ କେବଳ ଜ୍ଞାନ
ନୈତିକତା ହୀନ ନିଯୁକ୍ତି ବିହୀନ
ଶିକ୍ଷାନୀତି ପ୍ରଚଳନ ।

ବେକାରଙ୍କ ସଂଖ୍ୟା ବଢୁଥାଏ ନିତି
ଖଟନ୍ତି ଯାଇ ଦାଦନ
ସରକାର ଆମ କରୁଥାନ୍ତି ବସି
ସୁଖିଲା ଯୋଜନା ମାନ ।

କର୍ମ ନୀୟୋଜନ ଜୀବନ ଧାରଣ
ମାନ ଉତ୍କୃଷ୍ଟ ନିମନ୍ତେ
ଯୋଜନା ନକରି ଢୋକେ ପିଇ ଦଣ୍ଡେ
ବଞ୍ଚିବା ଭଳିକା ଯେତେ ।

ଜାତୀୟ ଉନ୍ନତି ଦେଶର ପ୍ରଗତି
ମନ୍ଥର ଗତିରେ ଚାଲେ
ଦୂରଦୃଷ୍ଟି ରଖି ଯୋଜନା କରିଲେ
ପ୍ରଗତି ହୁଅନ୍ତା ଭଲେ ।

କୃଷି ବିମୁଖତା ବଡ଼ ବିଫଳତା
ଦେଶ ଜାତି ପ୍ରଗତିରେ
କୃଷିକୁ ପ୍ରାଧାନ୍ୟ ନାହିଁ ଯେତେଦିନ
ଦେଶ ରହିବ ପଛରେ ।

ଯୁବଶକ୍ତ ଆଜି ଧିମେଇ ଯାଉଛି
ଉତ୍ସାହ ଶିଖା ମଳିନ
ଦେଶର ପ୍ରଗତି କେମିତି ହୋଇବ
ବେଳୁ ହୁଅ ସାବଧାନ ।

ଯନ୍ତ୍ରୀ, କ୍ୟାଭେଣ୍ଡିସ୍ ଶିଳ୍ପ ଅନୁଷ୍ଠାନ, ହରିଦ୍ଵାର, ଉତ୍ତରାଖଣ୍ଡ, ମୋବାଇଲ- ୮୯୭୯୩୯୩୮୭୮

ଲେଖକ ପରିଚୟ

ହାଇସ୍କୁଲ ପଢିଲାବେଳୁ ହିଁ ସାଙ୍ଗ ପିଲାଙ୍କୁ ବ୍ୟଙ୍ଗ କରିବା, ଅନ୍ୟ କାହା ପାଇଁ ପ୍ରେମ କବିତା ଲେଖିବା ଗୋଟେ ଅଭ୍ୟାସ ଥିଲା ମୋର । ସ୍କୁଲରେ ପଢିଲାବେଳେ କେହିଜଣେ ମୋତେ ଜାରଜ କହିଥିଲା ଯଉ ଶବ୍ଦ ମୋତେ ସାହିତ୍ୟ ଆଡ଼କୁ ବାଟ କଢାଇଲା । ବରିଷ୍ଠ ସାମ୍ବାଦିକ ମନୋରଂଜନ ମିଶ୍ରଙ୍କୁ ମୁଁ ମୋର ଆଦର୍ଶ ଭାବେ । କେତେବେଳେ କେମିତି ସୋସିଆଲ ମିଡ଼ିଆ ଫେସବୁକରେ ଲେଖେ, ଆଗରୁ କୌଣସି ଲେଖା କେବେ ପ୍ରକାଶିତ ହୋଇନାହିଁ ।

Related Posts

Leave a Reply

Your email address will not be published. Required fields are marked *