ଗୋଲକ ବିହାରୀ ବେହେରା

ପରିଶ୍ରମ ଯିଏ କରେ ନାହିଁ ସିଏ
ପ୍ରକୃତରେ ଅପରାଧୀ
କର୍ମ ହିଁ ଜୀବନ କର୍ମ ଶାନ୍ତି ଦିଏ
ଉଦେ ହୁଏ ସଦବୁଦ୍ଧି ।

କର୍ମର ଉପରେ ଆମ ଅଧିକାର
ଫଳ ପ୍ରଭୁଙ୍କ ହସ୍ତରେ
ବିଶ୍ଵାସର ସହ କର୍ମ କରି ଚାଲ
ପରିଣାମ ତାଙ୍କ ଠରେ ।

ଆପଣା ଉପରେ ଗଭୀର ବିଶ୍ବାସ
ରଖିବା ମହତ କାମ
ଆତ୍ମବିଶ୍ଵାସ ବର୍ଦ୍ଧନ ନିମନ୍ତେ
ପ୍ରାଣାୟାମ, ଯୋଗ, ଧ୍ୟାନ ।

ଅସଫଳତାରେ ଭାଙ୍ଗି ପଡ଼ିବନି
କରିବ ଧୈର୍ଯ୍ୟ ଧାରଣ
ସୁଚିନ୍ତା କରି କାର୍ଯ୍ୟ କରିଗଲେ
ବିଜୟ ତୁମର ଜାଣ ।

ବଡ଼ ହେବା ପାଇଁ ସପନ ଦେଖିଲେ
ରାତି ଛୋଟ ଲାଗେ ଭାଇ
ସ୍ଵପ୍ନକୁ ସାକାର କରିବାକୁ ହେଲେ
ଦିନ ଛୋଟ ହୋଇ ଯାଇ ।

ନିଜ ଭବିଷ୍ୟତ ବଦଳାଇବାର
ସରଳ ସୂତ୍ରଟି ଏହି
ଯୋଜନା ବଦ୍ଧ ନିରଳସ କର୍ମ
କରିଚାଲ ତୁମେ ଭାଇ ।

ଷଡ଼ଙ୍ଗୀ, ଢେଙ୍କାନାଳ, ମୋବାଇଲ : ୯୯୩୮୩୦୩୦୪୬

ଲେଖକ ପରିଚୟ

ବୃତ୍ତିରେ ଶିକ୍ଷକତା ହେଲେ ନିଶା କବିତା ଲେଖିବା । ଭିନ୍ନ ଭିନ୍ନ ସମୟରେ ନାନା ପତ୍ରପତ୍ରିକାରେ କବିତାମାନ ପ୍ରକାଶ ପାଇ ବେସ୍ ପାଠକୀୟ ଆଦୃତ ହୋଇଛି ଏବଂ ଅନେକ ସାହିତ୍ୟ ସଂସ୍ଥା ଦ୍ଵାରା ମଧ୍ୟ ସମ୍ମାନିତ ତଥା ସମ୍ବର୍ଦ୍ଧିତ ମଧ୍ୟ ହୋଇଛି । ଏଯାବତ୍ ଛଅ ଖଣ୍ଡ ବହି ପ୍ରକାଶିତ ହୋଇସାରିଛି । ଏଥିରେ ୩ ଟି କବିତା ବହି, ୨ ଟି ପଦ୍ୟାନୁବାଦ, ସଂସ୍କୃତ ବାକ୍ୟରଣ ଇତ୍ୟାଦି ରହିଛି ।

Related Posts

One thought on “ପରିଶ୍ରମ

  1. ସୁନ୍ଦର ଚରିତ୍ର ଚିତ୍ରଣ, ସାବଲୀଳ ଢଙ୍ଗ ଗପର।

Leave a Reply

Your email address will not be published. Required fields are marked *