ଡ. ରାଜେନ୍ଦ୍ର ମିଶ୍ରଙ୍କୁ ‘ଗଙ୍ଗା ଶରଣ ସିଂହ’ ପୁରସ୍କାର

ଭୁବନେଶ୍ୱର : ଆଗ୍ରା ସ୍ଥିତ ଭାରତ ସରକାରଙ୍କ ‘କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନ’ ୨୦୧୮ ବର୍ଷ ପାଇଁ ସମ୍ମାନଜନକ ‘ହିନ୍ଦୀ ସେବୀ ସମ୍ମାନ’ ପୁରସ୍କାର ଘୋଷଣା କରିଛି । ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ହିନ୍ଦୀ ଭାଷାର ବିକାଶ, ପ୍ରଚାର ପ୍ରସାର ତଥା ପ୍ରୋତ୍ସାହନ ନିମନ୍ତେ କାର୍ଯ୍ୟରତ ୧୨ଟି ଶ୍ରେଣୀର ୨୬ ଜଣ ବିଦ୍ୱାନ ଲେଖକ ଲେଖିକାଙ୍କୁ ଏଥିରେ ପୁରସ୍କୃତ କରାଯିବ। ତନ୍ମଧ୍ୟରୁ ହିନ୍ଦୀ ଭାଷାର ପ୍ରଚାର ପ୍ରସାର ତଥା ଶିକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଡ. ରାଜେନ୍ଦ୍ର ପ୍ରସାଦ ମିଶ୍ରଙ୍କୁ ‘ଗଙ୍ଗା ଶରଣ ସିଂହ’ ପୁରସ୍କାରରେ ସମ୍ମାନିତ କରାଯିବ । ଏହି ଅବସରରେ ରାଷ୍ଟ୍ରପତି ତାଙ୍କୁ ପାଞ୍ଚ ଲକ୍ଷ ଟଙ୍କା ସହ ମାନପତ୍ର ଓ ଉପଢୌକନ ପ୍ରଦାନ କରିବେ ।

ଶ୍ରୀ ମିଶ୍ର ନୂଆଦିଲ୍ଲୀ ସ୍ଥିତ ଜବାହରଲାଲ ନେହରୁ ବିଶ୍ଵବିଦ୍ୟାଳୟରେ ୧୯୯୬ରୁ ୧୯୯୭ ପର୍ଯ୍ୟନ୍ତ ସହକାରୀ ପ୍ରାଧ୍ୟାପକ ଭାବେ କାର୍ଯ୍ୟ କରିବା ସହ ଏନ୍‌ଟିପିସିର ମହାପ୍ରବନ୍ଧକ (ମାନବସମ୍ବଳ-ରାଜଭାଷା) ଭାବେ କାର୍ଯ୍ୟ ତୁଲାଇଛନ୍ତି । ସେ ବିଶ୍ଵ ହିନ୍ଦୀ ସଚିବାଳୟ ମରିସସ୍ ପକ୍ଷରୁ ପ୍ରକାଶିତ ତ୍ରୈମାସିକ ହିନ୍ଦୀ ପତ୍ରିକା ‘ବିଶ୍ବ ହିନ୍ଦୀ ସମାଚାର’ ଓ ବାର୍ଷିକ ହିନ୍ଦୀ ପତ୍ରିକା ‘ବିଶ୍ବ ହିନ୍ଦୀ’ର ସଂପାଦନା ଦାୟିତ୍ବ ନିର୍ବାହ କରିଛନ୍ତି । ଏହା ସହ ସେ ୯୭ରୁ ଉର୍ଦ୍ଧ୍ଵ ଓଡ଼ିଆ ପୁସ୍ତକକୁ ହିନ୍ଦୀରେ ଅନୁବାଦ କରିଛନ୍ତି । ସାହିତ୍ୟ ଓ ଅନୁବାଦ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଡ. ମିଶ୍ରଙ୍କୁ ସାହିତ୍ୟ ଅକାଦେମି, ଅଣ ହିନ୍ଦୀ ଲେଖକ ସମ୍ମାନ, ସୌହାର୍ଦ୍ଦ୍ୟ ପୁରସ୍କାର, ସଂହତି ପୁରସ୍କାର, ସେତୁବନ୍ଧ ପୁରସ୍କାର, ବଙ୍କିମ ଚନ୍ଦ୍ର ପୁରସ୍କାର ପ୍ରଭୃତି ସମ୍ମାନରେ ସମ୍ମାନିତ କରାଯାଇଛି ।

Related Posts

Leave a Reply

Your email address will not be published. Required fields are marked *