ଅଭୟକାନ୍ତ ପଣ୍ଡା

ଛାଟର କଥା ସେ କହେ ଚାଟଶାଳୀ
ପାଷାଣ ହୃଦୟେ କୋଣାରକ ତୋଳି
ତା ସିଲଟ କହେ କେତେ ଗାର ଟାଣି
ତାହା ଗାର ନୁହେଁ ଆମ ଜୀବନ କାହାଣୀ

ଛାଟର କଥା ସେ କହେ ଚାଟଶାଳୀ
ଶୁଷ୍କ ତୃଣର ସେ ପାଣି ଢାଳିଢାଳୀ
ତା ଝାଟିମାଟି କାନ୍ଥ ସଇନିକର ଦୂରୂଗ
ତା ମଧ୍ୟେ ଲୁଚାଇ ଦେଇଛି ଭେକ

ଛାଟର କଥା ସେ କହେ ଚାଟଶାଳୀ
ଅନ୍ଧାର ରାଇଜେ ଆଲୋକର ଧାରା ବୋଳି
ତାର ଛଣ ଛପର ଆମର କବଚ
ବଜ୍ର ବାଣ ଅଟେ ମହାତ୍ମା ମାରିଚ

ଛାଟର କଥା କହେ ସେ ଚାଟଶାଳୀ
ବିଶାଳ ବଗିଚାର ହତଭାଗ୍ୟ ସେ ମାଳୀ
ଏହି ମଂଚର ସେ ସଫଳ ଅଭିନେତା
ଅବୁଝା ଅରଜୁନ ଆମେ ସେ କୃଷ୍ଣର ଗୀତା

ଛାଟର କଥା ସେ କହେ ଚାଟଶାଳୀ
ଆଉ କିବା ଫେରିହେବ ଆସିଲାଣି ଗୋଧୂଳି
ତା ଚଟାଣ ମଇଳା ମାଟି ଆଜି ଦିଶେ ଚକଚକ
ଅନ୍ତରେ ଆଉ ନାହିଁ ଭୟ ଯେତେ ଉଚ୍ଚ ସେତେ ନୀଚ୍ଚ ।

ଠିକଣା:
କେଶରପୁର, ଘଣ୍ଟେଶ୍ବର, ଭଦ୍ରକ
9853674231
କଳାରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଅଭୟକାନ୍ତ ଭଦ୍ରକ ଜିଲ୍ଲାରେ ପିଲାମାନଙ୍କୁ ଶିକ୍ଷାଦାନ କରୁଛନ୍ତି ।

Related Posts

Leave a Reply

Your email address will not be published. Required fields are marked *