ସ୍ଵାଗତ ହେ ଋତୁରାଜ

ବିଦ୍ୟୁତ ପ୍ରଭା ମିଶ୍ର

ତୁମେ ଆସିବାର ସୂଚନା ଦେଲାଣି
ଚୋରା ଚଇତାଳି ଆସି,
ଆମ୍ର କୁଞ୍ଜ ରେ ମଧୁର କୁହୁ ସ୍ୱରେ
କୋକିଳଗାଇଲା ବସି l
ବଉଳ ବାସରେ ମତୁଆଲା ହୋଇ
ଭ୍ରମର ଗୁଞ୍ଜନ କରେ,
ହଳଦୀ ବସନ୍ତ ତୁମ ଆଗ ମନୀ
ଗାଉଛି ମଧୁର ସ୍ଵରେ l
ତର ତର ହୋଇ ପ୍ରକୃତି ରାଣୀଯେ
ଆମ୍ବ ଚଣା ବୃକ୍ଷେ ଖଞ୍ଜେ,
ଦୋଳ ବିମାନରେ ସଜାହେବ ବୋଲି
ମନେ ମନେ ତାର ପାଞ୍ଚେ l
ବନେ ଉପଵନେ କେତେ ଫୁଲ ଫୁଟି
ସୁରମ୍ୟା ଦିଶଇ ମହୀ,
ପ୍ରଜାପତି ଆଉ ଭ୍ରମର ମାନ ଙ୍କ
ମତୁଆଲା ମନ ମୋହି l

ଗାଈଆଳ ଟି ର ବଂଶୀର ମୂର୍ଚ୍ଛନା
ଆତୁର କଲାଣି ପ୍ରାଣ,
ସତେ କଳା କାହ୍ନୁ ଲେଉଟି ଆସିଲେ
ଆମର ମର୍ତ୍ତ ଭୁବନ l
ସ୍ୱାଗତ ଆହେ ଋତୁରାଜ ବସନ୍ତ
ଗାଇଲା ଏ ଧରାଧାମ,
ଫଗୁ ଖେଳିବାକୁ ଯିବେ ପରା କୃଷ୍ଣ
ସଜ୍ଜିତ କର ବିମାନ l

ଲେଖକ ପରିଚୟ:
ଲେଖିକା ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ
ଯାଜପୁର

Related Posts

Leave a Reply

Your email address will not be published. Required fields are marked *