ସୋନମ୍ ମହାପାତ୍ର

ସମ୍ପର୍କ ଯେଉଁଠି କିଛି ନାହିଁ
ତୁମ-ମୋ ସମ୍ପର୍କର ସଂଜ୍ଞା ବା କଣ ?
ଜାଣିନି କେମିତି ଯୋଡ଼ି ହେଲେ ଆମେ
ପୁଣି ହେଲେ କେବେ ବିଚ୍ଛେଦ………
ଶୂନ୍ଯ ଏ ସଂସାରେ ସମ୍ପର୍କ ର ମାନେ
ଖୋଜି ବୁଲେ ମୁ ଅନେକ………………।।
କେମିତି ପୁଣି ବସା ବାନ୍ଧେ , ବାଟ ଭୁଲେ
ଏ ସଂସାର ର ପକ୍ଷୀଟିଏ ପରି …………….
ଜାଣିନି କେମିତି ଅଙ୍କୁରିତ ହୁଏ
ପୁଣି ହୁଏ ସେ ଚାରା…………
ସୃଷ୍ଟି ର ଏ ବିଚିତ୍ର ନିୟମ ଆଗେ
ଆମ୍ଭେ ସଭିଁଏ ସର୍ବହରା………।।

ଠିକଣା-ପୋଖରୀପୁଟ୍ ,ଭୁବନେଶ୍ବର

Related Posts

Leave a Reply

Your email address will not be published. Required fields are marked *