ରୀକ୍ଷିରାମ ମେହେର
ହେ ଭଗବାନ ଗଢିଲ ଛତିଶ କୋଟି ଜୀବ
ଶ୍ରେଷ୍ଟ ଜୀବ ମାନ୍ୟତା ଦେଲେ ମଣିଷ
ସମସ୍ତ ଙ୍କ ଠୁଁ ଅଲଗା ଗଢ଼ିଲ ଦେଇ
ମସ୍ତିଷ୍କରେ ଦେଲ ଅନେକ ବୁଦ୍ଧି ବିବେକ,
ମଣିଷ ମଣିଷ ଭିତରେ ସୃଷ୍ଟି କଲେ
କେବଳ ମାତ୍ର ଦୁଇଟି ଜାତି ସ୍ତ୍ରୀ ଓ ପୁରୁଷ,
ଦେଖ ପ୍ରଭୁ ତମ ଦେଇଥିବା ବିବେକ କୁ
କିପରି କରିଲେ ଜାତି ଜାତି ରେ ବିଭକ୍ତ,
ସୃଷ୍ଟି ରୁ କରିଥିଲ ଚାରି ଭାଗ ବିବକ୍ତ
ତାହା ପୁଣି ନିରେଖିଲ ସମସ୍ତ ଙ୍କ ବିବେକ,
ଦୁନିଆ ପାଇଁ ଜ୍ଞାନ ଦେବା ପାଇଁ ବ୍ରାହ୍ମଣ,
ଶାନ୍ତି ପାଇଁ ଶତ୍ରୁ ରୁ ରକ୍ଷା ନିମନ୍ତେ କ୍ଷତ୍ରିୟ,
ସେବା ଭାବ ଯୋଗାଇବା ପାଇଁ ବୈଷ୍ଣବ,
କର୍ମ ଭାଵ ଦେବା ପାଇଁ କଲ ଜାତି ଶୁଦ୍ର,
ହେଲ ଆଜି ହେଉଛି ତମ ସୃଷ୍ଟି ଜାତି
ହୋଉଛି ଅନେକ ଭେଦ ଭବାର ନିର୍ମାଣ,
ତମ ସୃଷ୍ଟି ର ବିବେକ ମଣିଷ କରୁଛି
ବିଭିନ୍ନ ଜାତିରେ ଅନେକ ଭାଗ ଭାଗ,
ଦଳିତ ହରିଜନ ଆଦିବାସୀ ଜାତି ନାମ
ଦେଇ କଲେ ଜାତିରେ ଅଛୁଆଁ ଭେଦଭାବ,
ଦେଇଥିଲ ତମେ ସମସ୍ତଙ୍କୁ ସମାନ
ଶରୀରେ ରକ୍ତ ହାଡ଼ ମାଂସ ସମତୁଲ ଭାଗ,
ତମରି ସୃଷ୍ଟି କୁ କରୁଛନ୍ତି ଆଜିର ମନୁଷ୍ୟ
ଏମାଙ୍କ ପାଇଁ ଅନେକ ତମ ସୃଷ୍ଟି ଛାର ଖାର,
ତମ ଗୀତା ଭାଗବତ ପୁରାଣ ଜ୍ଞାନ ପୋଥି
ଅହଂକାରୀ ମନୁଷ୍ୟ କରିସାରିଲେଣି ଚୁଲିକି,
ତମ ବଡ଼ ଦେଉଳରେ ନାହିଁ ଭେଦ ଭାଵ
ଅଛୁଆଁ ଭେଦ ଭାଵ ସମାଜେ କାହିଁକି ହୁଅଇ,
ମହାଲକ୍ଷ୍ମୀ ତାଙ୍କ ଲୀଳା କରି ସମାଜ କୁ
ଶିକ୍ଷା ଦେବା ପାଇଁ ଚଣ୍ଡାଳୁଣୀ ଘରେ ଖାଇ,
ନିଜେ ଚଣ୍ଡାଳି ହୋଇ ରହି ଥିଲେ ଯାଇ
ବାର ବର୍ଷ ଅଭିଶାପ ତମେ ପାଇ ନିଜେ ଥିଲ,
ଶେଷେ ଯାଇ ଚାଣ୍ଡାଳି ଲକ୍ଷ୍ମୀ ହାତ ରନ୍ଧା
ନିଜେ ତାଙ୍କ ଉଆସେ ଦୁଇ ଭାଇ ଖାଇଥିଲ,
ତଥାପି ଏ ଯୁଗ ସଭ୍ୟ ସମାଜ କିଛି ଶିଖିନି
ମିଛରେ କାହିଁକି ଲକ୍ଷ୍ମୀ ବ୍ରତ ଉପାସନା କରୁଛି,
ଜାତି ପ୍ରଥା ପାଇଁ ଆଜି ସମଗ୍ର ଅଖଣ୍ଡ ଭାରତ
ହେଲାଣି କେତେ କେତେ ଖଣ୍ଡିତ ଅନେକ,
ତଥାପି ସମାଜ କୁ ଟିକେ ବି ବୁଦ୍ଧି ଦିସୁନି
ନିଜ ସ୍ୱାର୍ଥ ପୂରଣ ପାଇଁ ଜାତି ପ୍ରଥା କୁ ଧରିଛି,
ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ
ପୁଣି ଥରେ ଆସି ତମ ଲୀଳା ଖେଳା ଆରମ୍ଭ,
ଜାତି ପ୍ରଥା କୁ ସମୂଳେ ସର୍ବ ନାଶ କର
ମୁ ରୀକ୍ଷିରାମ ଡାକୁଛି ଧରି ତବ ପାଦପଦ୍ମ ପୟର,
ସାନପୋଡାଗୁଡା, କଳାହାଣ୍ଡି, 7735946291