ସ୍ଵର୍ଗତ ଗନ୍ତାୟତ ଶିବପ୍ରସାଦ

ବୋଉ ଯେତେବେଳେ ଘରକୁ ନୂଆବୋହୂ ହୋଇ ଆସିଥିଲା, ପ୍ରତିଦିନ ରାତିରେ ଘରର ଅନ୍ୟମାନେ ଶୋଇଯିବା ପରେ ସବୁକାମ ସାରି ସବା ଶେଷରେ ଶୋଇବାକୁ ଯାଉଥିଲା ।

ସେତେବେଳକୁ ଢେର୍ ରାତି ହୋଇ ଯାଉଥିବାରୁ ବାପା କୁଆଡ଼େ ବୋଉ ଉପରେ ବିରକ୍ତ ହେଉଥିଲେ । ତଥାପି ବୋଉ ଜେଜେମାଙ୍କ ଗୋଡ଼ ନମୋଡ଼ି କେବେ ଶୋଉନଥିଲା ।

ଏବେ ବୋଉର ବୋହୂମାନେ ଆସିଗଲେଣି । ସେ ବୁଢ଼ୀ ହୋଇଗଲାଣି ।

ତଥାପି ଏବେବି ବୋଉ ହିଁ ଆମ ଘରେ ସବା ଶେଷରେ ଶୋଇବାକୁ ଯାଏ । ତା ବୋହୂମାନେ ଖାଇସାରି ଶୋଇବାକୁ ଯିବାବେଳକୁ ରାତି ଅନେକ ହୋଇଯାଇଥାଏ ।

ବୋଉ ଏବେବି ଶୋଇବା ପୂର୍ବରୁ ବାପାଙ୍କ ଗୋଡ଼ ମୋଡ଼ି ଦିଏ ।

 ଅଥଚ ଆଣ୍ଠୁଗଣ୍ଠି ବାତ ଭୋଗୁଥିବା ବୋଉର ଗୋଡ଼ ମୋଡ଼ିଦେବା ପାଇଁ ଘରେ କେହି ବି ସେତେବେଳକୁ ଚେଇଁ ରହି ନଥାନ୍ତି ।

ଲେଖକ ପରିଚୟ

ସଦାୟୁଷ୍ମାନ ସାରସ୍ୱତ ସାଧକ ଗନ୍ତାୟତ ଶିବପ୍ରସାଦଙ୍କ ଆଜି ୫୪ତମ ଜନ୍ମଦିବସାବସରରେ ତାଙ୍କ ରଚିତ ଏକ କ୍ଷୁଦ୍ର ଗଳ୍ପ ।

Related Posts

Leave a Reply

Your email address will not be published. Required fields are marked *