କୃଷ୍ଣପ୍ରିୟା ସାହାଣୀଙ୍କ କବିତା ସଂକଳନ ‘ପିପୀଲିକାର ଦୁଃଖ’ ପାଠକାର୍ପଣ

ରାୟଗଡ଼ା : ପ୍ରାଧ୍ୟାପିକା କୃଷ୍ଣପ୍ରିୟା ସାହାଣୀଙ୍କ କବିତା ପୁସ୍ତକ “ପିପୀଲିକାର ଦୁଃଖ” ଏକ ବର୍ଣ୍ଣାଢ୍ୟ ସମାରୋହ ମଧ୍ୟରେ ପାଠକାର୍ପଣ ହୋଇଛି । ପ୍ରାଧ୍ୟାପକ ଡ. ଦୁଷ୍ମନ୍ତ କୁମାର ମହାନ୍ତିଙ୍କ ସଭାପତିତ୍ଵରେ ରାୟଗଡ଼ା ମହିଳା ମହାବିଦ୍ୟାଳୟର ପରିସରରେ ଆୟୋଜିତ ପାଠକାର୍ପଣ ଉତ୍ସବରେ ମୁଖ୍ୟଅତିଥି ଭାବେ ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଯୋଗ ଦେଇ ପୁସ୍ତକର ଶୁଭ ଉନ୍ମୋଚନ କରିଥିଲେ । କବିୟତ୍ରୀ ସାହାଣୀ ନିଜ ଅଭିଭାଷଣରେ କହିଥିଲେ ଯେ ପୁସ୍ତକରେ ସନ୍ନିବେଶିତ ୧୦୦ଟି କବିତା ଜୀବନର ବାସ୍ତବତା ସହ ଅଂଗେ ନିଭା ଚିତ୍ର ଓ ଚରିତ୍ରଙ୍କ ବେଦନାର ପ୍ରତିଫଳନ । କବିତା ପୁସ୍ତକକୁ ସାହିତ୍ୟିକ ସତ୍ୟ ନାରାୟଣ ଗନ୍ତ।ୟତ ସମୀକ୍ଷା ପୂର୍ବକ ଜୀବନର ସଜଳ କଥା ଓ କାହାଣୀର ସମାହାରରେ ସମୃଦ୍ଧ ହୋଇଥିବାବେଳେ ଭାବ, ଆବେଗର ଅପୂର୍ବ ସମନ୍ଵୟରେ ପ୍ରାଣବନ୍ତ ଏବଂ ଏହା ପାଠକଙ୍କ ହୃଦୟକୁ ନିଶ୍ଚିତ ଛୁଇଁବ ବୋଲି ଆଶାପୋଷଣ କରିଥିଲେ । ମୁଖ୍ୟଅତିଥି ପ୍ରଧାନ କର୍ମାବାଦ ଉପରେ ଗୁରୁତ୍ଵାରୋପ କରିଥିବାବେଳେ ସମ୍ମାନିତ ଅତିଥି ସମ୍ପାଦକ ସୁଶାନ୍ତ କୁମାର ନାୟକ କବିତା ପୁସ୍ତକର କବିତା ସମୂହଗୁଡ଼ିକ ମୃତ୍ୟ ଓ ଜୀବନର ଚେତନାକୁ ପ୍ରତିଫଳିତ କରିବା ସହ ସାଧାରଣ ପାଠକଙ୍କୁ ହୃଦୟଗ୍ରାହୀ କରିବ ବୋଲି ମତବ୍ୟକ୍ତ କରିଥିଲେ ।

କବିତା ଚିରକାଳ ପ୍ରେରଣାଦାୟୀ । ଶବ୍ଦମାନେ ତତ୍ତ୍ଵ ଓ ତଥ୍ୟକୁ ଉଦ୍ଭାସିତ କରନ୍ତି । ସାହିତ୍ୟ ବାସ୍ତବତା ଓ ସାର୍ଵଜନୀନ ହୋଇପାରିଲେ କାଳଜୟୀ ହୋଇପାରିବ । ସାଧାରଣରେ ଗ୍ରହଣୀୟ ହୋଇପାରିବ ବୋଲି ମୁଖ୍ୟବକ୍ତା ସାହିତ୍ୟିକ ଦ୍ଵିତୀ ଚନ୍ଦ୍ର ସାହୁ କହିଥିଲେ । ସଭାପତି ଡ. ମହାନ୍ତି ରାୟଗଡ଼ାର ମାଟି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ ଓ ରସାଣିତ କରିଥିବା ବେଳେ ପିପୀଲିକାର ଦୁଃଖ ଜୀବନନାଭୁତିକୁ ସଫଳ ଭାବେ ପ୍ରତିପାଦିତ କରିଛି ବୋଲି ଗୁରୁତ୍ଵାରୋପ କରିଥିଲେ । ଅନୁବାଦକ ଆଶୁତୋଷ ପାତ୍ର ତମାମ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ରାୟଗଡ଼ା ମହିଳା ମହାବିଦ୍ୟାଳୟର ଅଧ୍ୟାପିକା କରୁଣା କରେକଟା, ଶୁଭଶ୍ରୀ ମହାପାତ୍ର ଓ ଛାତ୍ରୀ ଶଶୀରେଖା ନାୟକ, ରୁକ୍ମଣୀ ନାୟକ ପ୍ରକାଶିତ ପୁସ୍ତକରେ ଥିବା କବିତା ପାଠ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *