କବିତା ସଂକଳନ ‘ବୀଥିକା’ ଉନ୍ମୋଚିତ

କଟକ : କଳ୍ପନା ସାହିତ୍ୟ, ସାଂସ୍କୃତିକ ଏବଂ ସାମାଜିକ ପରିଷଦ ପକ୍ଷରୁ କବିତା ସଂକଳନ ‘ବୀଥିକା’ର ଉନ୍ମୋଚନ ଶ୍ରୀରାମଚନ୍ଦ୍ର ଭବନଠାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ନାରାୟଣ ଚନ୍ଦ୍ର ସେନାପତି ଅଧ୍ୟକ୍ଷତାରେ ଉଦଘାଟକ ତରୁଣ କୁମାର ସାହୁ, ମୁଖ୍ୟଅତିଥି ଅଜୟ କୁମାର ପଣ୍ଡା, ମୁଖ୍ୟବକ୍ତା ଡ. ଧୀରେନ ମହାନ୍ତି, ବରେଣ୍ୟ ଅତିଥି ସୋହାଗିନୀ ବେହେରା, ସମ୍ମାନିତ ଅତିଥି ମନୀଷା ରାୟ, ମାନସୀ ବେହୁରା, ଜ୍ୟୋତି ରଞ୍ଜନ ଦାଶ, ନବକିଶୋର ସାମନ୍ତରାୟ, ଅନୁଷ୍ଠାନର ମୁଖ୍ୟ ସମ୍ପାଦିକା ମନୋଜ ମଞ୍ଜରୀ ଦେଓ ଯୋଗ ଦେଇଥିଲେ । ଏହି ଅବସରରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ହୋଇଥିଲା । ପ୍ରାରମ୍ଭରେ ଅଶ୍ଵିନୀ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ କବିତା ପାଠ ହୋଇଥିଲା । ସାଧାରଣ ସମ୍ପାଦକ ଗୋପାଳ ଚନ୍ଦ୍ର ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସୌଭାଗିନୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।  

Related Posts

Leave a Reply

Your email address will not be published. Required fields are marked *