ମୌସୁମୀ ସାହିତ୍ୟ ପରିଷଦର ବିଷୁବ ଆସର

କେନ୍ଦ୍ରାପଡ଼ା : ରାଜ୍ୟର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ମୌସୁମୀ ସାହିତ୍ୟ ଓ ସଂସ୍କୃତି ପରିଷଦ ପକ୍ଷରୁ ଏକ ବିଷୁବ ବନ୍ଧୁ ମିଳନ ଓ କବିତା ପାଠୋତ୍ସବ ସ୍ଥାନୀୟ ସଞ୍ଜିବନୀ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସମାବେଶରେ ପରିଷଦର ସଭାପତି ପ୍ରଫେସର ନନ୍ଦକିଶୋର ପରିଡ଼ା ଅଧ୍ୟକ୍ଷତା କରିଥିଲେ ଓ ସମ୍ପାଦକ ଡ. ଶ୍ରୀଧର ସାମଲ ସ୍ଵାଗତ ଭାଷଣ ପ୍ରଦାନ ସହ ସମ୍ପାଦକୀୟ ବିବରଣୀ ପାଠ ପ୍ରେମାନନ୍ଦ ଖଣ୍ଡୁଆଳ ଅତିଥି ପରିଚୟ ପ୍ରଦାନ କରିଥିଲେ ।

ଅତିଥି ଭାବରେ ବରିଷ୍ଠ କବି ଅୟସକାନ୍ତ ମହାପାତ୍ର, ଡ. କଳ୍ପନା ମଲିକ, ଭକ୍ତ ଚରଣ ମଲ୍ଲ, ବୃନ୍ଦାବନ ଦାସ, ରାଜ୍ୟ ସାହିତ୍ୟ ଏକାଡ଼େମୀ ସଦସ୍ୟ ସରୋଜ ମହାନ୍ତି, ସତୀର୍ଥ ସଭାପତି ଅମର ପ୍ରସାଦ ରାଉତ, ‘ପଲକ’ ସମ୍ପାଦକ ଶଶିକାନ୍ତ ଦାସ, ସଞ୍ଜୟ ମଲ୍ଲିକ, ବାୟାବାବା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସୁଧାଂଶୁ ଦ୍ଵିବେଦୀ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଅବସରରେ ଅନୁଷ୍ଠିତ କବିତା ପାଠୋତ୍ସବରେ ସ୍ବର୍ଣ୍ଣମୟୀ ଷଡ଼ଙ୍ଗୀ, କବିତା ମୁଦୁଲି, ଲକ୍ଷ୍ମୀପ୍ରିୟା ମାଇତି, ଅଜୟ ପାତ୍ର, ସୁରେନ୍ଦ୍ର ବେହେରା, ରଞ୍ଜନ ବାଇ, ପ୍ରେମାନନ୍ଦ ଜେନା, ନିକୁଞ୍ଜ ବିହାରୀ ପୃଷ୍ଟି, ଆନନ୍ଦ ମାଇତି, ସଂଘମିତ୍ରା ନାୟକ ପ୍ରମୁଖ ସ୍ଵରଚିତ କବିତା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗବେଷକ ନିରଞ୍ଜନ ମେକାପ, ଧନେଶ୍ଵର ଦାସ, କ୍ଷିତିଶ ଭୂୟାଁ, ସଚ୍ଚିଦାନନ୍ଦ ମିଶ୍ର, ପରିବେଶବିତ୍ କାଶୀନାଥ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ । କବୟତ୍ରୀ ଚାରୁଲତା ଭୂୟାଁ ଓ କବି ଶୈଳଜାଶଙ୍କର ସାମଲ କବିତାଗୁଡ଼ିକର ସଂଯୋଜନା କରିଥିଲେ । ଅଜୟ ପାତ୍ର ଓ ରଞ୍ଜନ ବାଇ ସଭା ପରିଚାଳନାରେ ସହାୟତା କରିଥିଲେ । ପରିଷଦର ସମ୍ପାଦକ କବି ଡ. ଶ୍ରୀଧର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *