ତପନ ସାହୁ

ଟହ ଟହ ଲାଲ ଫଳ ମହାକାଳ
ମହ ମହ ଲାଲ ଫୁଲ
ଚାରିପଟେ କଣ୍ଟା କଣ୍ଟା ମାଳ ମାଳ
ପୋଡାମୁହିଁ ମୁଁ…. ଜାଣିଥା’ନ୍ତି କେମିତି
ବାହାବେଦୀରେ ଜାଳି ବିଡା ବିଡା ଶାଳ
ହତଭାଗା….….ଗେହ୍ଲାରେ
ସିନ୍ଦୂରେ ଯା’ ସିନ୍ଥି କଲୁ ତୁ ଲାଲ
ଅକାଳେ ଆଜି ସିଏ ତୋ’ ମହାକାଳ !୧!

ବୟସ ଅପରା6ହ୍ନ ଆଖିରେ ମୋ ପଡିଚି ପରଳ
ପୋଡାମୁହିଁ ମୁଁ…….. ପରଖିଥା’ନ୍ତି କେମିତି
ମିଠା ମିଠା ହସେ ଥିଲା ଏତେ ଗରଳ
ହତଭାଗା ……ଗେହ୍ଲାରେ
ଶିକ୍ଷିତ ବି ତୁ କ’ଣ ବୁଝିପାରିଲୁ ଛଳ କଉଶଳ
ରହସ୍ୟ ଘେରେ ଆଜି ଗୋଟେ ଉତ୍ତର
ଛ’ ଫୁଟ ନବେ କିଲୋ ତୋ ଶରୀର
ହୁ ହୁ ହୁତାସନେ ଜାଳେ କେମିତି
କେଇ ଖଣ୍ଡ ରଦ୍ଦି କାଗଜ ଜାଳ !୨!

ଦୁହିତାରେ ଛପିଚି ଦାନବୀ ଦିଶେ ଜଳ ଜଳ
ନିଜେ ହାତେ ଲିଭେଇ ନିଜ ସିନ୍ଦୂର
ରଚେ ଷଡଯନ୍ତ୍ର ଲଗେଇ କଳ ବଳ
ଦୋଷ ମୁଣ୍ଡେଇବ କିଏ ?
ଜନ୍ମ କୁଣ୍ଡଳୀର ତୋ ସପ୍ତମ ଘର
ନା
ବାତ୍ସଲ୍ୟ ମମତାର ମୋ ଫଟା କପାଳ !୩!

ଅଣ୍ଟି ପତେଇଚି
ଆଜି ମୋ ନୀରିହ ଅଶ୍ରୁଜଳ
ଅନ୍ଧ ମୂକ ବଧିର
ମୋ ପାଇଁ ନୀଳ ଶଈଳ
ପୋଡାମୁହିଁ ମୁଁ…… ନିଘେଇଚି ସେମିତି
ସିନ୍ଦୁରା ଫଟେଇ ଉଇଁଵ ନିଶ୍ଚେ ଗୋଟେ ସୁନେଲୀ ସକାଳ !୪!

ଚଉରିଡିହ, ବଅଁରପାଳ, ଅନୁଗୋଳ, ଭ୍ରାମ୍ୟଭାଷ- ୯୪୩୭୯୦୨୭୮୨

ଲେଖକ ପରିଚୟ

ମୁଁ ୧୯୯୮ରୁ କବିତା ଲେଖୁଚି । ପ୍ରଜାତନ୍ତ୍ର ସାପ୍ତାହିକରେ ସେତେବେଳେ  କବୟତ୍ରୀ ପଲ୍ଲବୀ ନାୟକ ମହୋଦୟାଙ୍କ ପ୍ରକାଶିତ ହେଉଥିବା କବିତା ହିଁ ମୋତେ ପ୍ରଥମେ କବିତା ଲେଖିବାକୁ ଉସୁକେଇଥିଲା । ମୋ କଵିତା ସମ୍ବାଦ, ସମୟ, ଧରିତ୍ରୀ, ସୂର୍ୟ୍ୟପ୍ରଭା, ସମ୍ବାଦ କଳିକା, ଧ୍ୱନି ପ୍ରତିଧ୍ୱନି, ନିର୍ଭୟ ଆଦି ଖରରକାଗଜ ତଥା ଜାହ୍ନବୀ, ଅନୁରାଗ, ଅମୃତାୟନ ଆଦି ପ୍ରତିକାରେ ବି ପ୍ରକାଶିତ ହେଇଚି ।

Related Posts

Leave a Reply

Your email address will not be published. Required fields are marked *