ହୃଷିକେଶ ସ୍ଵାଇଁ

ତୁମ ସହ ହେଲା ପ୍ରଥମ ଦେଖା,
ପହିଲି ବସନ୍ତ ଫୁଲର ବାସ୍ନା
କବିତାର ସେଇ ପ୍ରଥମ ପଦ
ଶବ୍ଦରେ ଶବ୍ଦରେ ଫଗୁଣ ଛିଟା,
ପ୍ରଣୟ ଆବେଶ ପ୍ରଥମ ଲେଖା ।

ତୁମ ସହ ହେଲା ପ୍ରଥମ କଥା,
ମେଘ ଆକାଶରେ ଚପଳା ଛନ୍ଦ
କବିତାର ପୁଣି ଦ୍ୱିତୀୟ ପଦ
ଆଷାଢ଼ ପଂକ୍ତିରେ ଛୁଇଁ କଦମ୍ବ,
ପ୍ରୀତିର ମହ୍ଲାରେ ମିଳନ ଗାଥା ।

ତୁମ ପରଶର ପୀୟୂଷ ସତେ,
ଶରତ ସଞ୍ଜର ସୁନେଲି ସୁଅ
ଅସରନ୍ତି ଆମ କଥାର ଖିଅ,
ଦମକାଏ ବୈଶାଖୀ ପବନ କେତେ
ଆନମନା ମନ ବେପରୁଆ ପଥେ ।

ଆମ କବିତାର ଶେଷ ପର୍ବରେ,
ଗଭୀର ପ୍ରଣୟ ତୁମରି ସଙ୍ଗେ
କବିତା ସମାପ୍ତି ହେବାର ଆଗେ
ପଉଷ ଫୁଲର ମିଳନ ରାଗେ,
ମିଳନ ଉତ୍ସବ ରଙ୍ଗ ହୋରିରେ ।

ଲେକ ଇଷ୍ଟ ଥାର୍ଡ଼ ରୋଡ୍, କୋଲକାତା – ୭୦୦୦୭୫

Related Posts

Leave a Reply

Your email address will not be published. Required fields are marked *