ଅସିତ ମହାନ୍ତି ପାଇବେ ‘ଷଷ୍ଠ ଗଣେଶ ପରିଜା ସମ୍ମାନ’

ଭୁବନେଶ୍ୱର : ଶାରଳା ସ୍ମାରକ ପକ୍ଷରୁ ବିଶିଷ୍ଟ ଲେଖକ ତଥା ଗବେଷକ ଗଣେଶ ପ୍ରସାଦ ପରିଜାଙ୍କ ୨୪ତମ ସ୍ମୃତି ଦିବସ ଆସନ୍ତା ସେପ୍ଟେମ୍ବର ୨୬ ତାରିଖ ସନ୍ଧ୍ୟାରେ ଗୀତଗୋବିନ୍ଦ ସଦନଠାରେ ଅନୁଷ୍ଠିତ ହେବ ବୋଲି ସୂଚନା ପ୍ରଦାନ କରାଯାଇଛି । ଏହି ଅବସରରେ ସଙ୍ଘମିତ୍ରା ମିଶ୍ର ‘ସଂସ୍କୃତି ଓ ସମ୍ପୃକ୍ତି’ ଶୀର୍ଷକ ସ୍ମାରକୀ ବକ୍ତୃତା ପ୍ରଦାନ କରିବେ । ଶାରଳା ସ୍ମାରକର କାର୍ଯ୍ୟକାରୀ ସଭାପତି ନିମାଇଁ ଚରଣ ପରିଜାଙ୍କ ସଭାପତିତ୍ୱରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସଂସ୍କୃତି ଗବେଷକ ତଥା ସାହିତ୍ୟିକ ଅସିତ ମହାନ୍ତିଙ୍କୁ ‘ଷଷ୍ଠ ଗଣେଶ ପରିଜା ସମ୍ମାନ’ ପ୍ରଦାନ କରାଯିବ । ଏନେଇ କାର୍ଯ୍ୟକ୍ରମର ସଂଯୋଜକ ତଥା ଭାଷାତତତ୍ତ୍ୱବିତ୍ ଦେବାଶିଷ ମହାପାତ୍ର, ସଂଯୋଜକ ଶତ୍ରୁଜିତ, ଅପୂର୍ବ କୁମାର ମହାନ୍ତି, ବିଜୟ କୁମାର ମହାନ୍ତି ପ୍ରମୁଖ ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି ।

ସୂଚନାଥାଉ କି ଏହା ପୂର୍ବରୁ ଗଣେଶ ପରିଜା ସମ୍ମାନ ପାଇଥିବା ପାଞ୍ଚ ଜଣ ବ୍ୟକ୍ତି ହେଲେ ଗୁରୁ ଗଜେନ୍ଦ୍ର ପଣ୍ଡା, ସୁପ୍ରିୟା ପଣ୍ଡା ( ଓଡ଼ିଶୀ ନୃତ୍ୟଶିଳ୍ପୀ), ପର୍ଶୁରାମ ଦ୍ଵିବେଦୀ, ନୀତା ବହିଦାର ଓ ଅନୀଲ ଧୀର ।

Related Posts

2 thoughts on “ଅସିତ ମହାନ୍ତି ପାଇବେ ‘ଷଷ୍ଠ ଗଣେଶ ପରିଜା ସମ୍ମାନ’

  1. ଶ୍ରୀଯୁକ୍ତ ଅସିତ ମହାନ୍ତି-ଙ୍କ ପୂର୍ବରୁ କେଉଁ ୫ଜଣ ଏହି ସମ୍ମାନ ପାଇଛନ୍ତି, ତାହା ସୂଚୀତ କରିବାକୁ ଅନୁରୋଧ।

    1. ସୂଚିତ କରିଦିଆ ଯାଇଛି । ଧନ୍ୟବାଦ ମତାମତ ପାଇଁ …

Leave a Reply

Your email address will not be published. Required fields are marked *