ଶିବ ସଙ୍କର ଦଳେଇ

ମଣିଷ ର କଥା ମଣିଷ କହୁଛି
ମଣିଷ ଶୁଣିବା ପାଇଁ
ନିଷ୍ଠୁର କେତେ ମଣିଷ ହେଲାଣି
ଏ ଦୁନିଆ, ସମାଜ ପାଇଁ ।

ଟଙ୍କାପାଇଁ ସେ ଜୀବନନେଉଛି
ଟିକିଏ ବି ଭାବୁ ନାହିଁ
ଯୌତୁକପାଇଁ ବୋହୂ ମାରୁଛନ୍ତି
ଟିକେ କୁଣ୍ଠାବୋଧ ନାହିଁ ।

ସଭିମାତିଲେ ଚୋରି କରିବାରେ
କାମ କେହି କରୁନାହିଁ
ଭାବୁଛେ ସଭି ରାତିଭିତରେ
ବଡ଼ ଲୋକ ଯିବା ହେଇ ।

ସମସ୍ତେ ଲାଞ୍ଚୁଆ କାମ ହୁଏନି
ଲାଞ୍ଚ କିଛି ନ ଦେଲ
ଖାଇବା ଵାଲା ଅଧିକ ଏଠାରେ
କାହାକୁ କହିବ ଭଲ ।

ନେତା ମାନେ ଚଳୁ କରୁଛନ୍ତି
ଗରିବ ର ଚିପି ତଂଟି
ତାଙ୍କୁ ପୁଣି ବିରୋଧ କରିଲେ
ପୋଲିସ ମାରନ୍ତି ଲାଠି ।

ରାକ୍ଷସ ସାଜିଛି ମଣିଷ ଏଠି
ନାରୀ ନୁହେଁ ସୁରକ୍ଷିତ
ରାତିରେ ଛାଡ ଦିନରେ ସେ
ଘରେ ରହିବାଟା ହିତ ।

ଧନୀ ଲୋକ ନିଶାରେ ବୁଲନ୍ତି
ଭୁଲ କିଛି ତାର ନୁହେଁ
ଗରିବ ଯଦି ସତ କଥା କୁହେ
ତାଙ୍କ ଠାରୁ ମାଡ ଖାଏ ।

ପିତା-ରବିନାରାୟଣ ଦଳେଇ
ଝାରଦା, ଷଡ଼ଙ୍ଗୀ, ଗଦିଁଆ
ଢେ଼ଙ୍କାନାଳ,୭୫୯୦୧୬
ମୋ-୯୩୩୭୮୫୯୩୭୩

Related Posts

Leave a Reply

Your email address will not be published. Required fields are marked *