ସନ୍ଥକବି ଥିଲେ ସାମାଜିକ ନ୍ୟାୟର ଶକ୍ତିଶାଳୀ ସ୍ଵର

ଭୁବନେଶ୍ଵର : ସନ୍ଥକବି ଭୀମଭୋଇଙ୍କ ଶ୍ରାଦ୍ଧ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ବିଧାନସଭା ପାର୍ଶ୍ଵରେ ଥିବା ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଶ୍ରଦ୍ଧାଞ୍ଜଳି ଜଣାଇ ସେ କହିଥିଲେ ଯେ ସନ୍ଥକବି ଭୀମଭୋଇ କେବଳ ଜଣେ ମହାନ କବି ବା ସନ୍ଥ ନଥିଲେ, ସେ ଥିଲେ ସାମାଜିକ ନ୍ୟାୟର ଶକ୍ତିଶାଳୀ ସ୍ଵର । ସରଳ ଓ ସାବଲୀଳ ଭାଷାରେ ଭଜନ ଓ ଚଉତିଶା ମାଧ୍ୟମରେ ସେ ମାନବିକତା ଓ ସାମାଜିକ ସମାନତାର ବାର୍ତ୍ତା ପ୍ରଦାନ କରିଛନ୍ତି । ତାଙ୍କର ମହାନ ଚିନ୍ତାଧାରା ଆଜି ତାଙ୍କୁ ବିଶ୍ଵବିଦିତ କରିଛି । ସନ୍ଥକବିଙ୍କ ମୁଖ ନିସୃତ ବାଣୀ କୋଟିକୋଟି ଲୋକଙ୍କୁ ପ୍ରେରିତ କରିଛି ବୋଲି ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ କହିଥିଲେ ।

ଏହି ଅବସରରେ ବାଚସ୍ପତି ସୁରମା ପାଢୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ବିଜୟକେତନ ଉପାଧ୍ୟାୟ, ବିଧାନସଭା ସଚିବ ସତ୍ୟବ୍ରତ ରାଉତ ପ୍ରମୁଖ ସନ୍ଥକବିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କ ସ୍ମୃତିଚାରଣ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *