ଇତିହାସାୟାନ’ର ପୁସ୍ତକ ଲୋକାର୍ପଣ ଉତ୍ସବ

ଭୁବନେଶ୍ଵର : ଭାରତୀୟ ଇତିହାସ ସଂକଳନ ସମିତି, ଓଡ଼ିଶାର ମୁଖପାତ୍ର ‘ଇତିହାସାୟାନ’ର ଦ୍ଵାଦଶ ପ୍ରକାଶନ ଶତାୟୁ ସଂଘ’ର ବିଶେଷାଙ୍କ ଲୋକାର୍ପଣ ଉତ୍ସବ ରାଜ୍ୟ ସଂଗ୍ରହାଳୟରେ ଅନୁଷ୍ଠିତ ହୋଇଯାଇଛି । ସମିତିର ଅଧ୍ୟକ୍ଷ ବିକ୍ରମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ‘ନାଲକୋ’ର ପୂର୍ବତନ ଅଧ୍ୟକ୍ଷ ତପନ କୁମାର ଚାନ୍ଦ ମୁଖ୍ୟଅତିଥି ଭାବେ ଯୋଗ ଦେଇ କହିଲେ, ଭାରତ ଇତିହାସରେ ଥିବା ତ୍ରୁଟିକୁ ତଥ୍ୟଭିତ୍ତିକ ସୁଧାର କରିବାର ଆବଶ୍ୟକତା ରହିଛି । ଏହା ଦ୍ଵାରା ଦେଶ ଭିତରେ ଦେଶାତ୍ମକବୋଧର ପ୍ରେରଣା, ଦେଶ ଦେଶ ମଧ୍ୟ ସୁସମ୍ପର୍କ ଓ ସମୃଦ୍ଧି ଯୋଡ଼ି ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଫକୀରମୋହନ ବିଶ୍ଵବିଦ୍ୟାଳୟର ସହାୟକ ପ୍ରଫେସର ବସନ୍ତ କୁମାର ମଲ୍ଲିକ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ସେ କହିଥିଲେ ଶାଖାରୁ ସଂସ୍କାରିତ ସ୍ଵୟଂସେବକ ଦେଶସେବା, ସୁରକ୍ଷା ସହ ବିଶ୍ଵର ମଙ୍ଗଳ ପାଇଁ ତପସ୍ୟାରତ ।

ସେହିପରି ସମିତିର ଉପାଧ୍ୟକ୍ଷ ସନ୍ତୋଷ କୁମାର ମିତ୍ର ପୁସ୍ତକ ବିଷୟରେ ସମୀକ୍ଷା ଓ ଉପସ୍ଥାପନା କରିଥିଲେ । କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ ଇତିହାସ ସଂକଳନ ଯୋଜନାର ରାଷ୍ଟ୍ରୀୟ ସମ୍ପର୍କ ପ୍ରମୁଖ କମଲେଶ ଦାଶ, ପ୍ରଫେସର ଗୋପାଳକୃଷ୍ଣ ଦାଶ, ବିଜୟ କୁମାର ପଣ୍ଡା, କାର୍ତ୍ତିକ କୁମାର ରାଉତ, ପାରେଶ୍ଵର ସାହୁ, ଉମାକାନ୍ତ ମହାରଣା, ଗିରିଜା ଶଙ୍କର ବଳ, ଗିରିଧାରୀ ପାତ୍ର, ପ୍ରଦୀପ କୁମାର ମିଶ୍ର, ଗଙ୍ଗାଧର ଦାଶ, ଗୋପାଳ ଚନ୍ଦ୍ର ମହାପାତ୍ର ପ୍ରମୁଖ କାର୍ଯ୍ୟ ପରିଚାଳନା କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *