ତୃତୀୟ ‘ଅକ୍ଷୟ ସ୍ମାରକୀ ଉପନ୍ୟାସ’ ପୁରସ୍କାର ଘୋଷିତ

ଭୁବନେଶ୍ୱର : ଆଦ୍ୟା ପ୍ରକାଶନୀର ପ୍ରତିଷ୍ଠାତା ତଥା ବିଶିଷ୍ଟ ମୁଖ୍ୟଯନ୍ତ୍ରୀ ଅକ୍ଷୟ ଚନ୍ଦ୍ର ରାୟଙ୍କ ପୁଣ୍ୟ ସ୍ମୃତିରେ ‘ପ୍ରତିଭା ରାୟ ଟ୍ରଷ୍ଟ’ ଓ ‘ଆଦ୍ୟା ପ୍ରକାଶନୀ’ ପକ୍ଷରୁ ତୃତୀୟ ‘ଅକ୍ଷୟ ସ୍ମାରକୀ ଉପନ୍ୟାସ’ ପୁରସ୍କାର ଘୋଷିତ ହୋଇଛି । ଜୟଦେବ ଭବନରେ ଜୁଲାଇ ୨୦ ତାରିଖ ଦିନ ସନ୍ଧ୍ୟା ୬ ଘଟିକାରେ ଏହି ପୁରସ୍କାର ପ୍ରଦାନ କରାଯିବ । ପୁରସ୍କାର ପ୍ରଦାନ ପୂର୍ବରୁ ଚୟନ କରିବା ପାଇଁ ପଚାଶ ବର୍ଷର କମ ଲେଖକଙ୍କ ଠାରୁ ପ୍ରାପ୍ତ ୨୦ ଟି ଉପନ୍ୟାସ ମଧ୍ୟରୁ ୬ ଟି ଉପନ୍ୟାସକୁ ପ୍ରଥମ ପର୍ଯ୍ୟାୟରେ ବିଚାରକୁ ନିଆଯାଇଥିଲା । ବିଚାରମଣ୍ଡଳୀ ସେଥିମଧ୍ୟରୁ ବନଫୁଲ ପ୍ରକାଶନୀ ଦ୍ଵାରା ପ୍ରକାଶିତ ନିର୍ମଳ ରାଉତଙ୍କ ‘ଗଲାଣି ତ ଗଲା କଥା’କୁ ପୁରସ୍କାର ନିମନ୍ତେ ମନୋନୀତ କରିଛନ୍ତି ।

ଏଥିରେ ପୁରସ୍କୃତ ଲେଖକଙ୍କୁ ମାନପତ୍ର ଓ ସ୍ମାରକୀ ସହ ୫୧ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଟ୍ରଷ୍ଟର ଉପସଭାପତି ଆଦ୍ୟାଶା ଦାସ କହିଛନ୍ତି । ଏହି ଉତ୍ସବରେ ଅତିବଡ଼ୀ ପୁରସ୍କାରପ୍ରାପ୍ତ ଔପନାସିକ ରାମଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେବାର କାର୍ଯ୍ୟକ୍ରମ ଥିବାବେଳେ ସମ୍ମାନିତ ଅତିଥି ଭାବେ ସାରଳା ପୁରସ୍କାରପ୍ରାପ୍ତ ବନଜ ଦେବୀ ଯୋଗ ଦେବେ ।

Related Posts

Leave a Reply

Your email address will not be published. Required fields are marked *