ଧନଞ୍ଜୟ ସ୍ଵାଇଁ

ପୁଣିଥରେ ଆସନ୍ତନି ବାଉଁସିଏ ବେତକୋଳି ଧରି
ପୁଣିଥରେ ଆସନ୍ତନି ଷଢେଇଏ ଧୂଳିଭାତ କରି । ୦ ।

ପୁଣିଥରେ ଆସନ୍ତନି କାଠୁଆଏ ହଳଦୀ ଲଗେଇ
ପୁଣିଥରେ ଆସନ୍ତନି ହାତେ ଧରି କାଇଁଚ ଭୋଗେଇ
ପୁଣିଥରେ ଆସନ୍ତନି ଅନ୍ଧାରରେ ତାଳି ମାରିମାରି
ପୁଣିଥରେ ଆସନ୍ତନି ବାଉଁସିଏ ବେତକୋଳି ଧରି । ୧ ।

ପୁଣିଥରେ ଆସନ୍ତନି ବାଇଗବା କ୍ଷୀର ଫୁଙ୍କିଫୁଙ୍କି
ପୁଣିଥରେ ଆସନ୍ତନି ହାତେ ଧରି ଡେଣାଭଙ୍ଗା କଙ୍କି
ପୁଣିଥରେ ଆସନ୍ତନି କାନ୍ଦନ୍ତେନି ଦି’ଆଖିରେ ଛେପ ଟିକେ ମାରି
ପୁଣିଥରେ ଆସନ୍ତନି ବାଉଁସିଏ ବେତକୋଳି ଧରି । ୨ ।

ପୁଣିଥରେ ଆସନ୍ତନି କିଛି ଗୋଟେ ବାହାନା ଦେଖେଇ
ପୁଣିଥରେ କୁହନ୍ତି ମୁଁ ଛିଗୁଲେଇ ତୁମକୁ ମିଛେଇ
ପୁଣିଥରେ ଗୋଟାନ୍ତେନି ଦୁହେଁ ମିଶି ବାଡ଼ି ବରକୋଳି
ପୁଣିଥରେ ଆସନ୍ତନି ବାଉଁସିଏ ବେତକୋଳି ଧରି । ୩ ।

ମଙ୍ଗଳା ମନ୍ଦିର ରୋଡ଼, କଟକ, ଚଳଭାଷ – ୯୪୩୭୦୦୦୬୩୬

ଲେଖକ ପରିଚୟ

ବୃତ୍ତିରେ ଜଣେ ରାଜ୍ୟ ପ୍ରଶାସନିକ ଅଧିକାରୀ ହେଲେ ରୁଚି ନାନା ବିଭାଗରେ କବିତା ଲେଖିବା । ଛନ୍ଦ କବିତା ହେଉ କି ଗୀତି କବିତା, ହେଉ ବି ସେ ଶିଶୁ କବିତା, କବିତା ଲେଖିବାରେ ଅପାର ଆନନ୍ଦ ମିଳେ ଲେଖକଙ୍କୁ । ‘କୁରେଇ ଫୁଲର ଖୋସା’, ‘ତୁମ ଗାଁ ବର୍ଷା’ ଆଦି ୧୧ ଖଣ୍ଡ କବିତା ପୁସ୍ତକ ରଚନା ସରିଛି ଏଯାବତ । ଏହାବ୍ୟତୀତ ବିଭିନ୍ନ ସାହିତ୍ୟ ଅନୁଷ୍ଠାନଗୁଡ଼ିକରେ ପୁରସ୍କୃତ ମଧ୍ୟ ହୋଇଛନ୍ତି ସେ ।

Related Posts

Leave a Reply

Your email address will not be published. Required fields are marked *