ତାଳପଦେଶ୍ଵରୀ ସାହିତ୍ୟ ଆସରର ସ୍ଵାଗତ ଆସର

ଭୁବନେଶ୍ଵର : ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନଙ୍କ ସୃଜନ ଶକ୍ତିର ବିକାଶ ଦିଗରେ କାର୍ଯ୍ୟରତ ତାଳପଦେଶ୍ଵରୀ ସାହିତ୍ୟ ଆସର ପକ୍ଷରୁ ଗତକାଲି ବିଶ୍ଵବିଦ୍ୟାଳୟର ପ୍ରଥମ ବାର୍ଷିକ ଛାତ୍ରଛାତ୍ରୀମାନଙ୍କୁ ସ୍ଵାଗତ କରାଯାଇଛି । ସ୍ନାତକୋତ୍ତର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭାଗୀୟ ମୁଖ୍ୟ ଡକ୍ଟର ରମେଶ ମଲ୍ଲିକ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିବା ଅବସରରେ ସମସ୍ତଙ୍କୁ ସ୍ଵାଗତ କରିଥିଲେ । ଆସରର ସଭାପତି ଅମୂଲ୍ୟ କୁମାର ଦାଶଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ତିନି ଉପଦେଷ୍ଟା ପ୍ରଫେସର ଡକ୍ଟର ସଂଘମିତ୍ରା ମିଶ୍ର, ପ୍ରଫେସର ଡକ୍ଟର ବିଷ୍ଣୁପ୍ରିୟା ଓତା, ପ୍ରଫେସର ଡକ୍ଟର ମଣୀନ୍ଦ୍ର କୁମାର ମେହେର ଏବଂ ପୂର୍ବତନ ସଭାପତି ଶତ୍ରୁଜିତ୍ ପ୍ରମୁଖ ଉଦବୋଧନ ଦେଇଥିଲେ । ଏହି ଅବସରରେ ଆସରର ପ୍ରଥମ ଉପଦେଷ୍ଟା ପ୍ରଫେସର ଡକ୍ଟର ବିଜୟିନୀ ମହାନ୍ତିଙ୍କ ସ୍ମୃତିଚାରଣ କରାଯାଇଥିଲା ।

ଏହାସହିତ ନୂତନ ଛାତ୍ରଛାତ୍ରୀମାନେ ନିଜ ନିଜର ପରିଚୟ ପ୍ରଦାନ କରିବା ପରେ ଦ୍ଵିତୀୟ ବାର୍ଷିକ ଛାତ୍ରଛାତ୍ରୀମାନେ ସେମାନଙ୍କୁ ସ୍ଵାଗତ କରିଥିଲେ । ପରେ ଶ୍ରୀଧର ମହାରଣାଙ୍କ ସଂଯୋଜନାରେ କବିତା ପାଠ ମଧ୍ୟ ହୋଇଥିଲା । କାର୍ଯ୍ୟକ୍ରମକୁ ଋତୁପର୍ଣ୍ଣା ପତି, ମାଧବୀ ମଧୁସ୍ମିତା ପ୍ରଧାନ ଏବଂ ଅନ୍ୟମାନେ ପରିଚାଳନା କରିଥିବା ବେଳେ ପରିଶେଷରେ ବିଶ୍ଵଜିତ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *