ବିଶ୍ୱଜିତ୍ ପାଣି

ଫୁଲ ବନେ ଫୁଲ ଫୁଟେ ଅମୂଲ ସେ ଫୁଲ ମୂଲ
ଯଦି ନବସିଲା ତହିଁ ଭ୍ରମର ତା’ ମଧୁ ଆଶେ,
ଖାଲି ଫୁଟି ମଉଳିଲେ କି ଅବା ହେଲା ଅସୁଲ
ଯଦି ନହସିଲା ମହୀ ନବାସିଲା ତା’ ସୁବାସେ ।

ଦିବାକର କିରଣରେ ଯଦି ରଙ୍ଗ ନଖେଳିଲା
ନଝୁଲିଲା ଯଦି କେବେ ଦେବା-ଦେବୀଙ୍କର ଗଳେ,
ପ୍ରେମୀ ହୃଦୟରେ ଯଦି ମହଲଟେ ନ ତୋଳିଲା
ନଖୋସିଲା ତରୁଣୀଟେ ସରାଗେ ନେଇ ତା’ ଚୂଳେ ।

ଚପଳ ଶୈଶବେ ଯଦି ନସାଜିଲା ସହଚରୀ
ପରାଗରେଣୁ ତା’ ନେଇ ପ୍ରଜାପତି ନଉଡ଼ିଲା,
ମଧୁଶେଯେ ନବବଧୂ ସରମ ନଦେଲା ସାରି
ବିରହ ବେଦନା ଯଦି ଫୁଲ ହୋଇ ନଫେଡ଼ିଲା ।

ନଝରିଲା ଯଦି କେବେ କବିତାର ପଂକ୍ତି ହୋଇ
କି ଲାଭ ନିଜେ ତୁ କହ ଫୁଲରାଣୀ ମତେ ଚାହିଁ ।

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍, ସନ୍ତରା, ମୋବାଇଲ ନଂ- ୯୭୭୬୬୪୮୩୧୫

ଲେଖକ ପରିଚୟ

ଓଡ଼ିଶା ବିଦ୍ୟୁତ୍ ସଞ୍ଚାଳନ ନିଗମ ଲିଃ ରେ ଟେକ୍ନିସିଆନ୍ ଭାବେ କାର୍ଯ୍ୟରତ ହେଲେ ପିଲାବେଳୁ ଚିତ୍ର ଆଙ୍କିବା ସହିତ ସାହିତ୍ୟରେ ରୁଚି ରହିଆସିଛି । ଛନ୍ଦ କବିତା କେଖିବାକୁ ଭଲଲାଗେ । ପୂର୍ଣ୍ଣ କବିତାଟେ ହେଉ ବା ଚିତ୍ର, ସାରିଲା ପରେ, ନୂଆ ଆବିଷ୍କାରଟେ କଲାପରି ଅନୁଭବ ହୁଏ ।

Related Posts

Leave a Reply

Your email address will not be published. Required fields are marked *