ଭୁବନେଶ୍ଵର : ବିଶିଷ୍ଟ ସାହିତ୍ୟିକ ରମାକାନ୍ତ ରଥଙ୍କ ବିୟୋଗରେ ‘ବିବେକାୟନ’ ଅନୁଷ୍ଠାନ ପକ୍ଷରୁ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ବିବେକାୟନର ସଭାପତି ହେମାଙ୍ଗିନୀ ପଣ୍ଡାଙ୍କ ସଭାପତିତ୍ଵରେ ସଭାର ସଦସ୍ୟମାନେ ଯୋଗ ଦେଇ ସ୍ଵର୍ଗତ ରଥଙ୍କ ଅମରାତ୍ମାର ସଦଗତି କାମନା କରିବା ସହିତ ନୀରବ ପ୍ରାର୍ଥନା କରିଥିଲେ । ଉପସ୍ଥିତ ବକ୍ତାମାନେ ପ୍ରଶାସନ, ସାହିତ୍ୟ ଓ ସମାଜସେବାରେ ରଥଙ୍କ ସମ୍ପୃକ୍ତି ବିଷୟରେ ଆଲୋଚନା କରିଥିଲେ ।
ସୂଚନା ଥାଉ ଯେ ଆର ଏନ ଏସ ମୂର୍ତ୍ତି, ବିଭଚତା ପଣ୍ଡା, ସତ୍ୟବ୍ରତ ମହାପାତ୍ର, ଇତିଶ୍ରୀ ଗନ୍ତାଯତ ପ୍ରମୁଖ ଯୋଗ ଦେଇଥିଲେ । ଏହାଛଡ଼ା ଜାଣି ରଖିବା ଉଚିତ ଯେ ବିବେକାୟନ ଅନୁଷ୍ଠାନ ସାହିତ୍ୟ ସ୍ଵର୍ଗତ ରଥ ବିଗତ ୨୪ ବର୍ଷ ଧରି ଜଡ଼ିତ ଥିଲେ ।