ବିଶିଷ୍ଟ ହିନ୍ଦୀ ସାହିତ୍ୟିକ ରାଧାକାନ୍ତ ମିଶ୍ରଙ୍କ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ

ଭୁବନେଶ୍ଵର : ପ୍ରଫେସର ରାଧାକାନ୍ତ ମିଶ୍ର ସ୍ମୃତି ସଂସଦ ଆନୁକୂଲ୍ୟରେ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରର ସଭାଗୃହରେ ବିଶିଷ୍ଟ ହିନ୍ଦୀ ସାହିତ୍ୟିକ ପ୍ରଫେସର ରାଧାକାନ୍ତ ମିଶ୍ରଙ୍କ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି । ଏହି ଅବସରରେ ସ୍ମୃତି ସଂସଦ ପକ୍ଷରୁ ୨୦୨୩ ମସିହା ପାଇଁ ରଘୁନାଥ ମହାପାତ୍ର ଏବଂ  ଶଙ୍କର ଲାଲ ପୁରୋହିତଙ୍କୁ ପ୍ରଫେସର ରାଧାକାନ୍ତ ମିଶ୍ର ସାରସ୍ଵତ ହିନ୍ଦୀ ସେବା ସମ୍ମାନ, ଆଚାର୍ଯ୍ୟ ଯୋଗେଶ ପାଣିଙ୍କୁ, ପ୍ରଫେସର ରାଧାକାନ୍ତ ମିଶ୍ର ବିଶିଷ୍ଟ ହିନ୍ଦୀ ସେବୀ ସମ୍ମାନ ଏବଂ ଜାନକୀ ଝା’ଙ୍କୁ ପ୍ରଫେସର ରାଧାକାନ୍ତ ମିଶ୍ର ଯୁବା ହିନ୍ଦୀ ସେବୀ ସମ୍ମାନ ପ୍ରଦାନ କରାଯାଇଛି ।

ସ୍ମରପ୍ରିୟା ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାରସ୍ଵତ ସଭାରେ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ମୁଖ୍ୟଅତିଥି ଏବଂ ଗଣେଶ ପ୍ରସାଦ ଦାସ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ଏବଂ ସ୍ୱର୍ଗତ ମିଶ୍ରଙ୍କ କୃତି ସମୂହ ଉପରେ ସତ୍ୟନାରାୟଣ ପଣ୍ଡା ଏବଂ କବିତା ପାତ୍ର ପ୍ରଫେସର ରାଧାକାନ୍ତ ମିଶ୍ର ସ୍ମାରକୀ ବକ୍ତୃତା ପ୍ରଦାନ କରିଥିଲେ । ଯେପରି ଏକ ନାଟକ ରଚିତ ହେଲାପରେ ମଞ୍ଚସ୍ଥ ହୁଏ କିନ୍ତୁ ମହାନାଟକ ସବୁ ଘଟିତ ହେଲାପରେ ହିଁ ତାହା ରଚିତ ହୁଏ ଠିକ ସେହିପରି ଘଟିଥିଲା ପ୍ରଥିତଯଶା ବାଣୀପୁତ୍ର ପ୍ରଫେସର ମିଶ୍ରଙ୍କ ସହ । ତାଙ୍କ ଆବର୍ତ୍ତମାନ ପରେ ହିଁ ତାଙ୍କ କୃତିକୁ ଉପଯୁକ୍ତ ସମ୍ମାନ ମିଳିପାରିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ଅମୁଲ୍ୟ ରତ୍ନ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ମୃତି ସଂସଦର ସଚିବ ସ୍ନେହଲତା ଦାସ ସ୍ୱାଗତ ଭାଷଣ ଦେଇଥିବାବେଳେ ବିଷ୍ନୁପ୍ରିୟ ଭୁକ୍ତା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ ଏବଂ ସାହିତ୍ୟ ପ୍ରେମୀମାନେ ଯୋଗ ଦେଇଥିଲେ ।

Related Posts

Leave a Reply

Your email address will not be published. Required fields are marked *