ଡ. ଶୈଳଜା ମିଶ୍ର

ଆଜିର ଶିଶୁ
କାଲିର ଭବିଷ୍ୟତ
ଏହି ଭବିଷ୍ୟତ ଯେ
ଟ୍ରାଫିକ ପୋଷ୍ଟରେ
ଭିକ୍ଷୁକ
ଭୋକ ତାଙ୍କର ଶତ୍ରୁ
ନାଇଲପାଲିସ, ଡ଼େଣ୍ଡରାଇଟ
ସେମାଙ୍କର ବନ୍ଧୁ

ଭବିଷ୍ୟତ ଗୋଟିଏ କଣ ?
ମାଆର ଛାତିକୁ
ଜାବୁଡ଼ି ଧରି
ଶୁଖିଲା ମୁଁହକୁ
ଦେଖିବାକୁ ମିଳେ
ରାଜ ରାସ୍ତାରେ

ନୁଖୁରା ବାଳ, ଦୁର୍ବଳ ଶରୀର
ଖରା ବର୍ଷାର, ଶୀତରେ
ବିତେ ଜୀବନ

ଭବିଷ୍ୟତ ଏବେ
ଜରି ଗୋଟାଉଛନ୍ତି
ହାଟ, ବଜାରରେ

ନା ଅଛି ବହିବସ୍ତାନି
ନା ଖାଇପାରୁଛନ୍ତି
ମଧ୍ୟାହ୍ନ ଭୋଜନ

ନିରୀହ ଶିଶୁଙ୍କର
ଭବିଷ୍ୟତ କହା ହାତରେ ?
ସରକାରଙ୍କ
ନିୟମ ତାଲିକାରେ
ନା
ଜନ୍ମ ଦେଇଥିବା
ବାପାମାଆଙ୍କ ହାତରେ ?

ପଟିଆ, ଭୁବନେଶ୍ୱର

ଲେଖକ ପରିଚୟ

ଓଡ଼ିଶା ଲେଖିକା ସଂସଦର ଜଣେ ସଭ୍ୟା । ଅନେକ ପତ୍ରପତ୍ରିକାରେ ମୋର ମୋର ଲେଖା ପ୍ରକାଶିତ ହୋଇଥିଲେ ହେଁ ନିଜ ଅବହେଳା ଯୋଗୁ ଏଯାବତ ଖଣ୍ଡେ ସଂକଳନ କରିପାରି ନାହିଁ । ତେବେ ସାହିତ୍ୟକୁ ନେଇ ନିଜର ସାଧନା ଜାରି ରଖିଛି ।

Related Posts

Leave a Reply

Your email address will not be published. Required fields are marked *