ଶୁଭସ୍ମିତା ପଟ୍ଟନାୟକ

ଏ ଦୁନିଆ ଅଟଇ ମୃଗତୃଷ୍ଣା ପରି
ଭାରି ଅସଭ୍ୟ ଏହାରି ନୀତି
ସବୁଥାଇ ଏଠି କିଛି ମିଳୁନାହିଁ
ବଡ଼ ବିଚିତ୍ର ଏହାରି ଭିତ୍ତି ।

ରଙ୍ଗହୀନ ଜୀବନେ ମଣିଷ ବୁଣୁଛି
ମିଛର ମାୟାବୀ ରଙ୍ଗ
ପ୍ରଶାନ୍ତିର ବାରତା ମିଳୁନାହିଁ
ଏଠି ଅଶାନ୍ତି କରିଛି ସଙ୍ଗ ।

ମାନବିକତାର ଦଗ୍ଧ କାନନରେ
ମାନବ ସାଜିଛି ପାଶବ
ରକ୍ତମୁଖା ପିନ୍ଧି, ରକ୍ତ ଯେ ପିଉଛି
ରକ୍ତରେ ଖେଳୁଛି ରଙ୍ଗ ।

ମାନବସେବା ଆଜି ବିରଳ ସାଜିଛି
ସବୁ ଯାଇଛି ଓଲଟା ହୋଇ
ମରୀଚିକା ପଥେ ମଣିଷ ଧାଉଁଛି
ସତ୍ୟତାର ଦ୍ୱାହି ଦେଇ ।

ପୋଲସରା, ଗଞ୍ଜାମ

ଲେଖକ ପରିଚୟ

ସାହିତ୍ୟ ପ୍ରତି ଅନୁରାଗ ରଖୁଥିବା ଶୁଭସ୍ମିତାଙ୍କ ମତରେ, “ଜୀବନ ଦୁଇ ଛକିରେ ସାହିତ୍ୟ ଆଶାର ଆଲୋକ ସଂଚାର କରିଥାଏ । ସାହିତ୍ୟ ନିକଟରେ ତେଣୁ ସେ ସର୍ବଦା ନତମସ୍ତକ ।” ଓଡ଼ିଆ, ଇଂରାଜୀ ଏବଂ ହିନ୍ଦୀ ଭାଷାରେ ହସ୍ତ ଚାଳନା କରନ୍ତି ସେ । ବର୍ତ୍ତମାନ ରାଜନୀତି ବିଜ୍ଞାନରେ ସ୍ନାତକ ଡିଗ୍ରୀର ପ୍ରଥମ ବର୍ଷ ଛାତ୍ରୀ, ହେଲେ ତାଙ୍କ ଲିଖିତ କବିତା ସଂକଳନ ‘ଦ ଜ୍ୱେଲ ଇନ୍ ମାଇ ନେକ୍’ ପୁସ୍ତକ ନିକଟରେ ସୁଦୂର ବାଂଲାଦେଶରେ ପ୍ରକାଶ ପାଇଯାଇଛି ।

Related Posts

Leave a Reply

Your email address will not be published. Required fields are marked *