ସୌମ୍ୟା ପ୍ରିୟଦର୍ଶିନୀ

ଜଗତରେ ଯେବେ ବଢ଼ିଚାଲେ ପାପ
ଅନ୍ୟାୟ, ଅନୀତି ପାଇଁ
ସ୍ୱୟଂ ଭଗବାନ‌ ମର୍ତ୍ତ୍ୟକୁ ଓହ୍ଲାନ୍ତି
ଧର୍ମ ସଂସ୍ଥାପନ ପାଇଁ ll

ଦେବକୀ ନନ୍ଦନ ରୂପେ ଜନମ ନେଇ
ଅଧର୍ମର କଲ ନାଶ
ପାପିଙ୍କୁ ତାରିଲ ପାପ ବିନାଶିଲ
ଦେଖାଇ ସତ୍ୟର ପଥ ll

ଅଧର୍ମରେ ଯେବେ ବୁଡ଼ିଲା ସଂସାର
ଧର୍ମକୁ ସାରଥୀ କରି
ଭିନ୍ନ ରଚିଦେଲ ମହାଭାରତରେ
ସୁଦର୍ଶନ ଚକ୍ରଧାରୀ ll

ଗର୍ବୀ ଦୁର୍ଯ୍ୟୋଧନ ପରାକ୍ରମୀ କର୍ଣ୍ଣ,
ଇଚ୍ଛାମୃତ୍ୟୁ ପ୍ରାପ୍ତ ଭୀସ୍ମ
ନିୟତି ସମ୍ମୁଖେ ହୋଇଲେ ପରାସ୍ତ
କହିଲେ ବେଲାଳସେନ ll

ଅଠର‌ ଦିନିଆ ଲହୁ ସ୍ନାନ ଶେଷେ
ଧର୍ମ ସାକ୍ଷାତର ପ୍ରଥମ ପ୍ରଦୋଷେ
ହଟି ଯାଇଥିଲା ଭୟ
ଅକ୍ଷୟ ହେଲା ପୁଣ୍ୟ ଜଗତେ
ଧର୍ମର ହେଲା ଜୟ ll

ତିର୍ତ୍ତୋଲ, ଜଗତସିଂହପୁର

ଲେଖକ ପରିଚୟ

ବାଣୀକ୍ଷେତ୍ରରେ ଜନ୍ମିତ ସୌମ୍ୟା ପ୍ରିୟଦର୍ଶିନୀ ବର୍ତ୍ତମାନ ଯୁକ୍ତ ତିନିରେ ଜଣେ ଅଧ୍ୟୟନରତ ଛାତ୍ରୀ । ହିନ୍ଦୀ, ଇଂରାଜୀ ତଥା ମାତୃଭାଷା ଓଡ଼ିଆରେ ଲେଖାଲେଖି କରନ୍ତି । ଗଳ୍ପ, କବିତା, ପ୍ରବନ୍ଧମାନରେ ରୁଚି ରଖୁଥିବା ସୌମ୍ୟା ନିଜ ଲେଖା ମାଧ୍ୟମରେ ସମାଜରେ ପରିବର୍ତ୍ତନ ଆଣିବାକୁ ପ୍ରୟାସରତ । ଏହାସହିତ ସେ ଛୋଟଛୋଟ ପିଲାମାନଙ୍କୁ ପାଠ ପଢାଇବା ସହିତ, ରାଜନୀତି କ୍ଷେତ୍ରରେ ମଧ୍ୟ ପାଦ ଥାପିଛନ୍ତି ।  

Related Posts

Leave a Reply

Your email address will not be published. Required fields are marked *