‘ଅନୁବାଦ ଓ ଅନ୍ୟାନ୍ୟ ଆଲୋଚନା’ ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର : ଅନୁବାଦ କଳା ନା କାରିଗରୀ ସେ ନେଇ ସନ୍ଦେହ ଉପୁଜେ ସତ, ହେଲେ ସମଗ୍ର ବିଶ୍ଵ ସାହିତ୍ୟରେ ଅନୁବାଦ ବିଭାଗ ସର୍ବଦା ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଛି ବୋଲି ମତପ୍ରକାଶ ପାଇଛି । ରବିବାର କେଦାରନାଥ ଗବେଷଣା ପ୍ରତିଷ୍ଠାନ ପରିସରରେ ଲିପିକା ପ୍ରକାଶନୀ ପକ୍ଷରୁ ପ୍ରକାଶିତ ଡ. ପ୍ରସନ୍ନ କୁମାର ନାୟକଙ୍କ ପ୍ରବନ୍ଧ ପୁସ୍ତକ ‘ଅନୁବାଦ ଓ ଅନ୍ୟାନ୍ୟ ଆଲୋଚନା’ ଲୋକାର୍ପଣ ସମାରୋହରେ ଯୋଗ ଦେଇ ବହୁ ବିଶିଷ୍ଟ ବ୍ୟକ୍ତି ଏହି ମତପ୍ରକାଶ କରିବା ସହ ଅନୁବାଦ ଦ୍ୱାରା ଦୁଇଟି ଭାଷା ଓ ସଂସ୍କୃତି ମଧ୍ୟରେ ସେତୁ ସ୍ଥାପନ ହୁଏ ବୋଲି କହିଥିଲେ । ବରିଷ୍ଠ ପ୍ରଶାସକ ରଘୁନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ଭାଷାବିଜ୍ଞାନୀ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଉଦ୍ଘାଟକ, ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ବସନ୍ତ ପଣ୍ଡା ମୁଖ୍ୟଅତିଥି, କେଦାରନାଥ ଗବେଷଣା ପ୍ରତିଷ୍ଠାନର ସମ୍ପାଦକ ଡ. ରମେଶ ଚନ୍ଦ୍ର ପାଣି ସମ୍ମାନିତ ଅତିଥି ଓ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ସହକାରୀ ପ୍ରଫେସର ଡ. ଦେବାଶିଷ ମହାପାତ୍ର ସମୀକ୍ଷକ ଭାବେ ଯୋଗ ଦେଇଥିଲେ ।

ଅଧ୍ୟାପକ ପୁଣ୍ୟ ଦର୍ଶନ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ପଣ୍ଡିତ ବିରଞ୍ଚି ନାରାୟଣ ମିଶ୍ର ବେଦପାଠ କରିଥିବା ବେଳେ ପ୍ରକାଶକ ଭିକାରି ଧଳ ସ୍ଵାଗତ ଭାଷଣ ଦେଇଥିଲେ । ଲେଖକ ପ୍ରସନ୍ନ ନାୟକ ପୁସ୍ତକ ସମ୍ପର୍କରେ ମତବ୍ୟକ୍ତ କରିଥିବା ବେଳେ ବେଣୁଧର ଦାସ ଧନ୍ୟବାଦ ଦେଇଥିଲେ । ଲିଙ୍ଗରାଜ ରଥ, ସୂର୍ଯ୍ୟ ମିଶ୍ର, ସସ୍ମିତା କର, ମନୋଜ ଜେନା, ଶର୍ମିଷ୍ଠା ମହାପାତ୍ର, ଅରୁଣ ନାୟକ, ଜଗତ ଚନ୍ଦ୍ର ଦାସ, ସୁଶାନ୍ତ ସ୍ଵାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Related Posts

Leave a Reply

Your email address will not be published. Required fields are marked *