ମାଟିଘର ସାହିତ୍ୟ ଆସରର ବାର୍ଷିକ ଉତ୍ସବ ଉଦଯାପିତ

ଭୁବନେଶ୍ୱର : ମାଟିଘର ସାହିତ୍ୟ ଆସରର ଚତୁର୍ଥ ବାର୍ଷିକ ଉତ୍ସବ ବୁଦ୍ଧ ମନ୍ଦିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ମେୟର ସୁଲୋଚନା ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ । ସାହିତ୍ୟରୁ ସବୁକିଛି ଶିକ୍ଷା ମିଳେ ବୋଲି ଉଦବୋଧନ ଦେଇଥିଲେ ମେୟର ।

ପ୍ରଥମ ପର୍ଯ୍ୟାୟରେ ନାଇଜରର କୂଳସଚିବ ଡ. ଅଭୟ ନାୟକ , ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ ତଥା କବି ରକ୍ଷକ ନାୟକ, ଗାଳ୍ପିକ ଓ ନାଟ୍ୟକାର ଅରବିନ୍ଦ ରାୟ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ସାରସ୍ଵତ ସମାରୋହରେ ଅନୁଷ୍ଠାନର ଚତୁର୍ଥ ସଂସ୍କରଣ ଉନ୍ମୋଚନ ଓ ସମ୍ବର୍ଦ୍ଧନା ପର୍ବ ଆୟୋଜିତ ହୋଇଯାଇଛି । ଦିଗମ୍ବର ନାୟକ, ରେଣୁବାଳା ନାୟକ ସଙ୍ଗୀତ ପରିବେଷଣ କରିଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ କବିତା ଆସର ଆୟୋଜିତ ହୋଇଥିଲା । ଅତିଥି ଭାବେ କବି କୃଷ୍ଣ ଚନ୍ଦ୍ର ମହଲା, ସ୍ମୃତି ରଞ୍ଜନ ତ୍ରିପାଠୀ, ମାନଗୋବିନ୍ଦ ବାରିକ, ତପସ୍ଵନୀ ବିନ୍ଧାଣୀ, ନିବେଦିତା ରଥ, ସୋନେଟ ଦାସ ମହାନ୍ତି ଓ ରଶ୍ମି କର ପ୍ରମୁଖ ଅଂଶଗ୍ରହଣ କରିଥିଲେ । ପ୍ରତିଷ୍ଠାତା ସମ୍ପାଦିକା କବି ଶର୍ମିଷ୍ଠା ମହାନ୍ତିଙ୍କ ତତ୍ତ୍ଵାବଧାନରେ ରଶ୍ମିରେଖା ବେହେରାଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉପଦେଷ୍ଠା ଶଶିଭୂଷଣ ମହାନ୍ତି ପରିଚାଳନା କରିଥିବା ବେଳେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶତାଧିକ କବି ଯୋଗ ଦେଇ ସ୍ଵରଚିତ କବିତା ପାଠ କରିଥିଲେ । କାର୍ଯ୍ୟକାରୀ ସଦସ୍ୟ ସନତ ମହାନ୍ତି ଓ ସୌଗତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *