ବିଶ୍ୱ ଗଳ୍ପକଥନ ଦିବସରେ ‘ଷ୍ଟୋରୀ ୱିଭର’ ପକ୍ଷରୁ ‘ଗେଟ ଚିଲ୍ଡ୍ରେନ ରିଡ଼’ ଅଭିଯାନର ଆରମ୍ଭ

ଭୁବନେଶ୍ୱର : ପ୍ରତିବର୍ଷ ମାର୍ଚ୍ଚ ୨୦କୁ ‘ବିଶ୍ୱ ଗଳ୍ପକଥନ ଦିବସ’ ଭାବରେ ପାଳନ କରାଯାଏ । ଏହି  ଅବସରରେ ପିଲାମାନଙ୍କ ମଧ୍ୟରେ ନିୟମିତ ଭାବରେ ପଢ଼ିବା ଅଭ୍ୟାସକୁ ବୃଦ୍ଧି କରିବା ଉଦ୍ଦେଶ୍ୟ ନେଇ ପ୍ରକାଶକ ‘ପ୍ରଥମ ବୁକ୍ସ’, “ଷ୍ଟୋରି ୱିଭର” ନାମକ ଏକ ନିଆରା ଅଭିଯାନ ଆରମ୍ଭ କରିଛନ୍ତି । ୨୦୧୩ ମସିହାର ବିଷୟ ‘ମିଳିତ ଭାବେ ଆମେ ସକ୍ଷମ’ ଅନୁଯାୟୀ , ପିଲାମାନଙ୍କ ମଧ୍ୟରେ ପଢ଼ିବାର ଅଭ୍ୟାସକୁ ବଢାଇବା ନିମନ୍ତେ ‘ଗେଟ ଚିଲଡ୍ରେନ ରିଡିଙ୍ଗ’ ଅର୍ଥାତ ପିଲାମାନେ ପଢନ୍ତୁ’କୁ ଟ୍ୟାଗ୍ ଲାଇନ କରାଯାଇ ଏହି ଅଭିଯାନର ଆରମ୍ଭ ହୋଇଛି । ଆଗାମୀ ସେପ୍ଟେମ୍ବର ୮ ତାରିଖ, ‘ଅନ୍ତର୍ଜାତୀୟ ସାକ୍ଷରତା ଦିବସ’ରେ ଏହି ଅଭିଯାନ ଶେଷ ହେବ ।

ଏହି ଅବସରରେ ଷ୍ଟୋରି ୱିଭର ପକ୍ଷରୁ ଭୂବନେଶ୍ୱର ସ୍ଥିତ ଆଶା କିରଣଠାରେ କୁନିକୁନି ପିଲାଙ୍କୁ ନେଇ ଆୟୋଜିତ ଏକ ଗଳ୍ପ କଥନ ଆସରରେ ବିଶିଷ୍ଟ ଗଳ୍ପ ଉପସ୍ଥାପିକା ପ୍ରାଚୀତାରା ‘ପ୍ରଥମ ବୁକସ’ର ଡିଜିଟାଲ ବହି ‘ପୁଚୁକୁ ପାଇଁ ବହିଟିଏ’ରୁ ଗୋଟିଏ ଗଳ୍ପ ପିଲାମାନଙ୍କୁ ପଢି ଶୁଣେଇ ଥିଲେ । ପିଲାମାନେ ବି ପ୍ରାଚୀତାରାଙ୍କ ଅଭିନବ ଗଳ୍ପ କଥନ ଶୈଳୀରେ ଅତ୍ୟନ୍ତ ପ୍ରଭାବିତ ହୋଇ ଆଗ୍ରହ ସହକାରେ ଗପଟିକୁ ଶୁଣିଥଲେ । କୌଣସି କଥା ଶିଖେଇବା ପାଇଁ ଗପ ହେଉଛି ଶ୍ରେଷ୍ଠ ମାଧ୍ୟମ । ପିଲାମାନଙ୍କୁ ସାଧରଣତଃ ଗପ ଶୁଣିବାକୁ ଭଲ ମଧ୍ୟ ଲାଗିଥାଏ । ସହଜ, ସରଳ ଓ ମନରଞ୍ଜନଧର୍ମୀ ଭାବରେ ଗଳ୍ପର ଉପସ୍ଥାପନା କରି ଆମେ ସେମାନଙ୍କୁ ବହି ପଢିବାକୁ ଉତ୍ସାହିତ କରିପାରିବା ବୋଲି ପ୍ରାଚୀତାରା ନିଜ ବକ୍ତବ୍ୟରେ କହିଥିଲେ ।

Related Posts

Leave a Reply

Your email address will not be published. Required fields are marked *