ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ରାଜ୍ୟସ୍ତରୀୟ ଆନ୍ତଃବିଶ୍ୱବିଦ୍ୟାଳୟ ସାଂସ୍କୃତିକ ଓ ସାହିତ୍ୟ ଉତ୍ସବ ଉଦଯାପିତ 

ଭୁବନେଶ୍ୱର : ରମାଦେବୀ ମହିଳା ମହାବିଦ୍ୟାଳୟରେ ଆନ୍ତଃବିଶ୍ୱବିଦ୍ୟାଳୟ ସାଂସ୍କୃତିକ ଓ ସାହିତ୍ୟ ଉତ୍ସବ ଉଦଯାପିତ ହୋଇଯାଇଛି । ଚାରିଦିନ ଧରି ଚାଲିଥିବା ଏହି ଉତ୍ସବରେ ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବରେ ଉଚ୍ଚଶିକ୍ଷା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ଅନନ୍ତ ନାରାୟଣ ଜେନା ସମ୍ମାନିତ ଅତିଥି ଓ କୁଳପତି ଅପରାଜିତା ଚୌଧୁରୀ, କୁଳସଚିବ ଶ୍ୟାମଳୀ ମହାପାତ୍ର, ରେଭେନ୍ସା ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ, ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରମୁଖ ଯୋଗ ଦେଇଥିଲେ ।

ସାହିତ୍ୟ ଭିତ୍ତିକ କାର୍ଯ୍ୟ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ରୂପେ ପରିଗଣିତ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍ତନିର୍ହିତ ପ୍ରତିଭାକୁ ବିକାଶ କରାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ବିଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ଉଚ୍ଚଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ବହୁତ ଅଭିନବ ଯୋଜନା ଏବଂ ଛାତ୍ରବୃତ୍ତି ପ୍ରଣୟନ କରିଛନ୍ତି । ଭିତ୍ତିଭୂମି ଉନ୍ନୟନ, ଉପଲବ୍ଧ ସୁବିଧାଗୁଡ଼ିକର ଆଧୁନିକୀକରଣ ଏବଂ ସମସାମୟିକ ଶିକ୍ଷା ବ୍ୟବସ୍ଥା ସହିତ ଗତି କରିବା ପାଇଁ ଉନ୍ନତ ପାଠ୍ୟକ୍ରମ ପ୍ରଚାଳନ ପାଇଁ ଅର୍ଥ ବିନିଯୋଗ କରାଯାଇଛି । ଶିକ୍ଷାଦାନରେ ଉତ୍କର୍ଷ ଓ ନବସୃଜନର ସଂସ୍କୃତି ପ୍ରତିପାଦନ କରି ଓଡ଼ିଶା ସରକାର କେବଳ ଏହି ସମ୍ମାନଜନକ ଅନୁଷ୍ଠାନଗୁଡ଼ିକର ଐତିହ୍ୟ, ସଂସ୍କୃତିକୁ ସରଂକ୍ଷଣ କରୁନାହାନ୍ତି ବରଂ ଏକବିଂଶ ଶତାବ୍ଦୀରେ ଶିକ୍ଷା ପାଇଁ ଗତିଶୀଳ କେନ୍ଦ୍ର ଭାବରେ ସ୍ଥାନିତ କରିଛନ୍ତି । ଯୁବପିଢି ଆମ ଓଡ଼ିଶାର ଇତିହାସ ଓ ମହାପୁରୁଷଙ୍କୁ ଜାଣିବା ଦରକାର ଏବଂ ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ ।

Related Posts

Leave a Reply

Your email address will not be published. Required fields are marked *