ଲଲାଟେନ୍ଦୁ କଵି

(ଦେହ ଆତ୍ମା ଓ ପରମାତ୍ମା)

କଣା ବାଲଟିରୁ ଯଥା ଜଳ ଯାଏ ଝରି ।
ତଥା ଆତ୍ମା ଯାଏ ଜୀର୍ଣ୍ଣ ଶରୀରୁ ନିଃସରି ॥ ୧

ଚକ୍ରଵାତେ ଶୁଷ୍କ ପତ୍ର ଉଡିଲା ପରାଏ
ଭାରଶୂନ୍ୟ ଅଜ୍ଞାନାତ୍ମା ଘୂରି ବୁଲୁ ଥାଏ ॥ ୨

ପାରାଵାର ଜଳେ ଯଥା ଅଦୃଶ୍ୟ ଲଵଣ ।
ତଥା ପରମାତ୍ମା ମଧ୍ୟେ ଆତ୍ମାର ମଜ୍ଜନ ॥ ୩

ଅଥଵା ଚାହାର ଗର୍ଭେ ଚାମୁଚେ ଶର୍କରା
ପ୍ରାୟେ ପରମାତ୍ମା ମଧ୍ୟେ ଆତ୍ମା ହୁଏ ଧରା ॥ ୪

ଜଳରେ ମିଶି ବି ଲୁଣ ନ ହୁଏ ନିଶ୍ଚିହ୍ନ
ନିଜ ସ୍ଥିତି ଥାଇ ଆତ୍ମା ତଥା ବ୍ରହ୍ମଲୀନ । ୫

ଜାଣିବାକୁ ଆତ୍ମା ପରେ ସର୍ଵ ସଦ୍ଦର୍ଶନ ।
କର ଶୀଘ୍ର “ସ୍ମାର୍ଟ୍ ଆତ୍ମା” ସଦ୍ଗ୍ରନ୍ଥ ପଠନ ॥ ୬

ସତ୍+ ଦର୍ଶନ= ଯାହାଵାସ୍ତଵସେହିଜ୍ଞାନ

ଲାଲଟେନ୍ଦୁ କବି, ରାୟରଙ୍ଗପୁର, ମୟୂରଭଞ୍ଜ, ମୋ : ୭୯୭୮୬୮୦୭୧୨

ଲେଖକ ପରିଚୟ

ପ୍ରାୟ ୩୮ ବର୍ଷ ପରେ ୨୦୧୪ରୁ ପୁଣିଥରେ ଆରମ୍ଭ କଲି ଲେଖାଲେଖି ଯଦିଓ ଛାତ୍ର ଜୀବନରେ ଅଳ୍ପ କିଛି କବିତା ଓ ଗପ ଲେଖିଥିଲି । ମୁଁ ସବୁବେଳେ ଓଡ଼ିଆ ଭାଷା ଓ ବ୍ୟାକରଣ ଉପରେ ଗୁରୁତ୍ଵ ଦିଏ । ସବୁବେଳେ ଛନ୍ଦ କବିତା ଲେଖିବାକୁ ଭଲପାଏ । ସାଧାରଣତଃ ସୋସିଆଲ ମିଡ଼ିଆ ଫେସବୁକକୁ ମୁଁ ମୋ ସାହିତ୍ୟ ସାଧନାର ମାଧ୍ୟମ କରେ । 

Related Posts

Leave a Reply

Your email address will not be published. Required fields are marked *