ଶାନ୍ତନୁ କୁମାର ଆଚାର୍ଯ୍ୟ ଫାଉଣ୍ଡେସନ ଉଦ୍ଘାଟିତ

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ନାମରେ ‘ଶାନ୍ତନୁ କୁମାର ଆଚାର୍ଯ୍ୟ ଫାଉଣ୍ଡେସନ’ ଗତକାଲି ହୋଟେଲ ନ୍ୟୁମାରିଅନରେ ଉଦ୍ଘାଟିତ ହୋଇଯାଇଛି । କଳା ସାହିତ୍ୟ ଓ ସଂସ୍କୃତି ଉପରେ ଗବେଷଣା, ପ୍ରଫେସର ଶ୍ରୀ ଆଚାର୍ଯ୍ୟଙ୍କ ଅପ୍ରକାଶିତ ରଚନବଳୀର ପ୍ରକାଶନ, ସାହିତ୍ୟ ସଂସ୍କୃତି କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିମାନଙ୍କୁ ‘ଶାନ୍ତନୁ କୁମାର ଆଚାର୍ଯ୍ୟ ସୃଜନ ସମ୍ମାନ’ ପ୍ରଦାନ ଆଦି ଏହି ଅନୁଷ୍ଠାନର ଲକ୍ଷ୍ୟ ରହିଛି । ଏଥିସହିତ ଚିକିତ୍ସା ଓ ଅନ୍ୟାନ୍ୟ କ୍ଷେତ୍ରରେ ଅସହାୟଙ୍କୁ ସହାୟତା, ରାଜ୍ୟ ତଥା ରାଜ୍ୟ ବାହାରର ଗବେଷଣାତ୍ମକ ରଚନାର ସର୍ବେକ୍ଷଣ, ସଂଗ୍ରହ ଓ ପ୍ରକାଶନ ମଧ୍ୟ କରାଯିବ । କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଇତି ସାମନ୍ତ, ଗାଳ୍ପିକା ଅର୍ଚ୍ଚନା ନାୟକ, ଆଇନଜୀବି ସୁଧାଂଶୁ ତ୍ରିପାଠୀ, ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା କବି ରାଜେନ୍ଦ୍ର ପଣ୍ଡା, ପ୍ରଫେସର ସନ୍ତୋଷ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଅବସରରେ ଅତିଥିମାନେ ଦୀପସୀତା ନାଥଙ୍କ ଦ୍ଵାରା ପ୍ରସ୍ତୁତ ଅନୁଷ୍ଠାନର ଲୋଗୋ ଉନ୍ମୋଚନ କରିଥିଲେ । କାର୍ଯ୍ୟକ୍ରମରେ ଗାଳ୍ପିକ ବନୋଜ ତ୍ରିପାଠୀ ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଟ୍ରଷ୍ଟର ସମ୍ପାଦିକା ପ୍ରତିଭା ପଣ୍ଡା ଧନ୍ୟବାଦ ଦେଇଥିଲେ ।

Related Posts

Leave a Reply

Your email address will not be published. Required fields are marked *